Tuesday, August 9, 2022
Homeଅପରାଧଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ

ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟଣା । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏବେ ଯାଏଁ ୪ଜଣ କିନ୍ନରଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ଯଦି ସେମାନଙ୍କରେ ଏହି ମାର୍‌ପିଟ୍‌ ଘଟଣାରେ ସଂପୃକ୍ତି ଜଣାପଡେ, ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବଢିବାର ସମ୍ଭାବନ ମଧ୍ୟ ରହିଛି ।

ଖବର ଅନୁଯାୟୀ, ସୀମା ବିବାଦ , ଟ୍ରେନ୍‌ରେ ବ୍ୟାଗିଙ୍ଗ ଓ ଟୋଲ୍‌ ଗେଟ୍‌ରେ ଟଙ୍କା ସଂଗ୍ରହକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା । ଦୁଇ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଜୋରଦାର ମାର୍‌ପିଟ୍‌ ହୋଇଥିଲା । ଗୋଟିଏ ଗୋଷ୍ଠିର ସମର୍ଥକ ମାନେ ରାତି ଅଧରେ ହୋଟେଲ ପଶି ଅନ୍ୟ ଗୋଷ୍ଠିକୁ ମାଡ଼ ମାରିଥିଲେ । ଏମିତି କି ହୋଟେଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ହୋଟେଲରେ ଥିବା କିନ୍ନରଙ୍କ ମଧ୍ୟରୁ କେତେକଙ୍କ ଚୁଟି କାଟିଦେଇଥିଲେ ।

ଜଣେ କିନ୍ନର ଙ୍କୁ ହୋଟେଲ ଝରକା ରୁ ବାହାରକୁ ଠେଲି ଦେଇଥିବା ଖବର ମିଳିଛି । ହୋଟେଲ ର ଗେଟ , ଆସବାବପତ୍ର ଭାଙ୍ଗିବା ସହ କିନ୍ନର ଙ୍କ ଜୋତା , ଚପଲ , ଡ୍ରେସ ସହ କଟା ହୋଇଥିବା ଚୁଟି ସମ୍ପୂର୍ଣ ହୋଟେଲ ରେ ଖେଳେଇ ହୋଇପଡିଛି । ତେବେ ଦୁଇ ଗୋଷ୍ଠୀଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ୫ କିନ୍ନର ଗୁରୁତର ହୋଇ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ବିବାଦ ପରେ ଆକ୍ସନକୁ ଆସିଛି ପୋଲିସ । ଘଟଣାରେ ୪ଜଣ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଯଦି ମାମଲାରେ ସେମାନଙ୍କର ସଂପୃକ୍ତି ମିଳେ, ତେବେ ତୁରନ୍ତ ଗିରଫ କରାଯିବ । ଆଗାମୀ ଦିନରେ ଗିରଫ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଆଶଙ୍କାର କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର