21 C
Bhubaneswar
Saturday, January 16, 2021
No menu items!
Home ମୁଖ୍ୟ ଖବର ବିଶେଷ ଖବର ଦୀର୍ଘ କୋଡିଏ ବର୍ଷ ପରେ ଦାବି ପୂରଣ

ଦୀର୍ଘ କୋଡିଏ ବର୍ଷ ପରେ ଦାବି ପୂରଣ

ବାଲେଶ୍ଵର: ଦୀର୍ଘ କୋଡିଏ ବର୍ଷ ପରେ ଦାବି ପୂରଣ ହେବାକୁ ଯାଉଛି। ସୂଚନା ଅନୁଯାୟୀ ବସ୍ତା ବଳିଆପାଳ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ଵ ନୟନ ଯୋଡି ଜବର ଦଖଲ ହୋଇ ରହିଥିଲା।

ଯାହାପାଇଁ ବସ୍ତା ବ୍ଲକ ର ନାବ୍ରା, ସିଂଲା, ପୁଟ୍ରା, ରଘୁନାଥ ପୁର ପଂଚାୟତ ର ପ୍ରାୟ ୩୦୦ ଏକର ରୁ ଉର୍ଦ୍ଧ୍ବ ଚାଷ ଜମି ଜଳ ମଗ୍ନ ହୋଇ ରହୁଥିଲା। ଯାହା ପାଇଂ ଚାଷୀ ଚାଷ କରିନପାରି ବହୁ କ୍ଷତି ସହୂ ଥିଲା।

ଏନେଇ ଅଞ୍ଚଳ ବାସୀ ବାରମ୍ବାର ବସ୍ତା ତହସିଲଦାର, ବସ୍ତା ପୂର୍ତ୍ତ ବିଭାଗ ଅଧିକାରୀ, ବାଳେଶ୍ୱର ଜିଲ୍ଲାପାଳ, ବସ୍ତା ବିଧାୟକ, ବାଲେଶ୍ଵର ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ। ବାଲେଶ୍ଵର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ, ଆଜି ନାବ୍ରା ଠାରୁ ପୁଟ୍ରା ପର୍ଯ୍ୟନ୍ତ ପୂର୍ତ୍ବିଭାଗ ରାସ୍ତାର ଉଭୟ ପାଶ୍ୱରେ ହୋଇଥିବା ଜବର ଦଖଲ କୁ ତିନୋଟି ଜେସିବି ସାହାଯ୍ୟରେ ଉଛେଇ ପାଉଁ ପ୍ରତିକ୍ରିୟା ଆରମ୍ଭ ହୋଇଛି ।

ଦୀର୍ଘ ପାଞ୍ଚ କିମି ପର୍ଯ୍ୟନ୍ତ ଇଛେଦ ହେବାକୁ ଥିବା ଵେଳେ, ପ୍ରଥମ ଦିନରେ ପୋତି ହୋଇଥିବା ନୟନ ଯୋଡ଼ି, ଫାଙ୍କା ସ୍ଥାନ ଗୁଡିକ ଉଛେଦ କରାଯାଇଛି। ଏକ ସପ୍ତାହ ପରେ ଦୋକାନ, ବଜାର, ଘର, ଆଦି ଉଛେଦ କରିବାର ଯୋଜନା ରହିଛି।

ଉଛେଦ ଵେଳେ, ମାଜିଷ୍ଟ୍ରେଟ ଭାବେ ବାଲିଆପାଳ ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ବେହେରା, ବସ୍ତା ତହସିଲଦାର କାର୍ତିକ ଚନ୍ଦ୍ର ଦାସ,ପୂର୍ତବିଭାଗର ସହକାରୀ ଯନ୍ତ୍ରୀ ମନୋରଞ୍ଜନ ବେହେରା, ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା, ପ୍ରମୁଖ ଉପସ୍ଥିତି ଥିବା ବେଳେ, ସୁରକ୍ଷା ଦୃଷ୍ଟିରି ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା |

ଅନ୍ୟ ପକ୍ଷରେ ବିଳମ୍ବରେ ହେଲେବି ଉଛେଦ ପ୍ରକ୍ରିୟା କୁ ଅଞ୍ଚଳ ବସି ସ୍ୱାଗତ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Most Popular

କୋଭିଡ 19 ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସ୍ପିଟାଲ ମନୋନୀତ

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶ ବିଶେଷ ଭାବରେ ଟିକିରୀର ଉସାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ...

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬...

ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ: ଫିଡ଼ବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ...

ବଜେଟ ଉପରେ ରହିଛି ସମସ୍ତଙ୍କ ନଜର

ଆସନ୍ତା ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୧-୨୨କୁ ଉପସ୍ଥାପନ କରିବେ । କୋଭିଡ୍‌-୧୯ ସ୍ଥିତିରେ ମେଡିକାଲ ଖର୍ଚ୍ଚ ଏବଂ ବୀମାରେ ଅଧିକ ଟିକସ ରିହାତି ଦେଇପାରନ୍ତି ଅର୍ଥମନ୍ତ୍ରୀ । ଏହି...

Recent Comments