ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଦୀପିକା ନା ପ୍ରିୟଙ୍କା ? ଜାଣନ୍ତୁ ‘କ୍ୟାପେଟନ୍‌ ମାର୍ଭଲ୍‌’ ପାଇଁ କାହାକୁ ବାଛିଲେ ରୁସୋ ବ୍ରଦର୍ସ

ଦୀପିକା ନା ପ୍ରିୟଙ୍କା ଜାଣନ୍ତୁ ‘କ୍ୟାପେଟନ୍‌ ମାର୍ଭଲ୍‌’ ପାଇଁ କାହାକୁ ବାଛିଲେ ରୁସୋ ବ୍ରଦର୍ସ

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ଏବେ ଜଣେ ନାମୀଦାମୀ ଷ୍ଟାର। ଯିଏ ବର୍ତ୍ତମାନ ବଲିଉଡରେ ନୁହେଁ ହଲିଉଡରେ ମଧ୍ୟ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକ ସାରା ବିଶ୍ଵରେ ଅଛନ୍ତି। ଏଭଳି ପରିସ୍ଥିତିରେ ନିକଟରେ ‘ଆଭେଞ୍ଜର୍ସ’ ସିରିଜର ନିର୍ଦ୍ଦେଶନା ଦେଇଥିବା ରୁଷୋ ବ୍ରଦର୍ସ ଏବେ ନୂଆ କ୍ୟାପଟେନ ମାର୍ଭଲଙ୍କ ନାମରେ ପ୍ରକାଶ କରିଛନ୍ତି।

ନିକଟରେ ଗ୍ରେ ମ୍ୟାନ୍ ଚଳଚ୍ଚିତ୍ରର ଏକ ଇଭେଣ୍ଟ ସମୟରେ ରୁସୋ ବ୍ରଦର୍ସଙ୍କୁ ପଚରାଯାଇଥିଲା ଯେ ଯଦି ସେମାନଙ୍କୁ ନୂଆ କ୍ୟାପଟେନ ମାର୍ଭଲ ବାଛିବାକୁ ପଡିବ, ତେବେ ସେ ପ୍ରିୟଙ୍କା ଏବଂ ଦୀପିକାଙ୍କ ମଧ୍ୟରେ କାହାକୁ ବାଛିବେ? ଏହି ପ୍ରଶ୍ନ ଶୁଣିବା ପରେ ଆନ୍ଥୋନି ରୁସୋ ଏବଂ ଜୋସେଫ୍ ରୁସୋ ସଙ୍ଗେ ସଙ୍ଗେ ପ୍ରିୟଙ୍କାଙ୍କ ନାମ ନେଇଥିଲେ। ଏହା ସହିତ ଉଭୟ କହିଛନ୍ତି ଯେ ସେମାନେ ପ୍ରିୟଙ୍କାଙ୍କର ବଡ଼ ପ୍ରଶଂସକ। ରୁସୋ ବଦର୍ସଙ୍କ ଏହି ଯୋଡି ମଧ୍ୟ ପ୍ରିୟଙ୍କା ଚୋପ୍ରାଙ୍କ ୱେବ୍ ସିରିଜ୍ ‘ସିଟାଡେଲ୍’କୁ ପ୍ରଡ୍ୟୁସ୍ କରୁଛି ।

କହିବାକୁ ଗଲେ ଏକ ସାକ୍ଷାତକାରରେ ଜୋସେଫ କହିଥିଲେ, ‘ପ୍ରିୟଙ୍କା ଜଣେ ମହାନ କଳାକାର। ସେ ଚମତ୍କାର। ରୁଷୋ ବ୍ରଦର୍ସଙ୍କ ଏହି ଉତ୍ତର ପରେ ସୋସିଆଲ ମିଡିଆରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ପ୍ରଶଂସକମାନେ ଫଟୋସପ୍ ସାହାଯ୍ୟରେ କ୍ୟାପଟେନ ମାର୍ଭେଲ ଭୂମିକାରେ ପ୍ରିୟଙ୍କାଙ୍କୁ ଦେଖାଉଛନ୍ତି।

Related posts

ଆଜିର ଅପଟୁଡେଟ ଖବର

Odisha Halchal

କ୍ରିକେଟ୍‌ ଖେଳାଳିରୁ କୁଖ୍ୟାତ ଲୁଟେରା !

Odisha Halchal

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା

Odisha Halchal

Leave a Comment