ଅପରାଧଓଡ଼ିଶା ଖବରନ୍ୟୁଜ୍

ଦାଦାବଟି ମାଗି ଗିରଫ

ଦାଦାବଟି ମାଗି ଗିରଫ

କଟକ:-(ରିପୋର୍ଟ -ତୁଷାର ଜ୍ୟୋତି ନାୟକ) ମାହାଙ୍ଗା ଥାନା କୁହୁଣ୍ଡା ପଞ୍ଚାୟତ ର କଲ୍ୟାଣପୁର ଛକରେ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଓ ଟଙ୍କା ନଦେବାରୁ ଯୁବକ ଉପରେ ମରଣତ୍ମକ ଆକ୍ରମଣ କରିବା ଘଟଣାରେ ଜଣେ ଯୁବକ ଗିରଫ।

ଗିରଫ ଯୁବକ ଜଣକ ହେଲେ କୁହୂଣ୍ଡା ଗ୍ରାମର ନିତ୍ୟାନନ୍ଦ ସାହୁ ଙ୍କ ପୁଅ ସୁନିତ୍ କୁମାର ସାହୁ ଓରଫ ବାପୁ।ଗତ ଏପ୍ରିଲ ମାସ ୯ ତାରିଖରେ ଦିନ ଦ୍ୱିପ୍ରହର ରେ କଲ୍ୟାଣପୁର ଛକରେ ସୁନିତ ସାହୁ ଛିଡା ହୋଇଥିବା ବେଳେ ଶିପୁରା ଗ୍ରାମର ଅମିୟ ରଞ୍ଜନ ଦାସ ସେହି ବାଟ ଦେଇ ଯାଉଥିବା ବେଳେ ସୁନୀତ କୁମାର ସାହୁ ବନ୍ଧୁକ ଦେଖାଇ ଅମିୟ ଙ୍କୁ ଦାଦା ବଟି ମାଗିଥିଲେ।

ଟଙ୍କା ନଦେବାରୁ ତାଙ୍କ ପାକେଟ ରୁ ଜୋର୍ ଜବରଦସ୍ତ କିଛି ଟଙ୍କା ଛଡେଇ ନେବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା।ସ୍ଥାନୀୟ ଲୋକମାନେ ଅମିୟ କୁ ମେଡିକାଲ ରେ ଭର୍ତ୍ତି କରିଥିଲେ।ଘଟଣା ସ୍ଥଳରୁ ସୁନୀତ ଫେରାର ହୋଇଯାଇଥିଲା।ଗତକାଲି ବିଳମ୍ବିତ ରାତିରେ ମାହାଙ୍ଗା ପୋଲିସ ସୁନିତ କୁ ଗିରଫ କରିବା ସହ ନକଲି ବନ୍ଧୁକ ଜବତ କରି କୋର୍ଟ ଚାଲାଣ କରିଛି।

Related posts

ମିଶନ ଶକ୍ତି ମହିଳାଙ୍କ ଉନ୍ନତି ନା ରେ ହାରିଲୁଟ

Odisha Halchal

ବାପ ଘରକୁ ଚାଲିଗଲେ ସ୍ତ୍ରୀ, ବିରହରେ ପେଟ କାଟି ସ୍ୱାମୀଙ୍କ ଆତ୍ମହତ୍ୟା

Odisha Halchal

ବାବା ସାହେବ ଆମ୍ବେଦକରଙ୍କ 131ତମ ଜନ୍ମ ଜୟନ୍ତୀ ପାଳନ

Odisha Halchal

Leave a Comment