ଦେଶ ବିଦେଶନ୍ୟୁଜ୍

ଦଳୀୟ କନ୍ଦଳ ଯୋଗୁଁ କ୍ଷମତା ହରାଉଛି କଂଗ୍ରେସ

ଦଳୀୟ କନ୍ଦଳ ଯୋଗୁଁ କ୍ଷମତା ହରାଉଛି କଂଗ୍ରେସ

ଉତ୍ତର ପ୍ରଦେଶ, ପଂଜାବ, ଉତ୍ତରାଖଣ୍ଡ ସମେତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି । ଏହି ୫ଟି ରାଜ୍ୟରେ ୬୮୦ଟି ଆସନରୁ କଂଗ୍ରେସ ୫୬ଟି ଆସନରେ ବିଜୟୀ ହୋଇଛି । ପଂଜାବରେ ନିଜର ସରକାର ହରାଇଛି । ଏଥି ସହିତ ଏବେ କଂଗ୍ରେସ ଦେଶର ୫ଟି ରାଜ୍ୟରୁ ମୂଳପୋଛ ହୋଇଛି । ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ବହୁମତ ସରକାର ଅଛି । ଝାଡ଼ଖଣ୍ଡ ଓ ମହାରଷ୍ଟ୍ରରେ ସହଯୋଗୀ ଦଳର ଭୂମିକା ତୁଲାଉଛି ।

କଂଗ୍ରେସ ପାଇଁ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପରେ ଚିନ୍ତା ବଢ଼ିଛି । କାରଣ ୬୯୦ ଆସନରୁ କଂଗ୍ରେସ ୬୮୦ଟି ସ୍ଥାନରେ ନିଜର ପ୍ରାର୍ଥୀ ଦେଇଥିଲା । କିନ୍ତୁ ୮୨ ପ୍ରତିଶତ ପ୍ରାର୍ଥୀ ନିର୍ବାଚନରେ ହାରିଗଲେ ।

୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ଗ୍ରାଫ ନିମ୍ନଗାମୀ ହେଉଛି । ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଥିଲା । ଏହା ପରେ ଦେଶରେ ୯ ବର୍ଷ ମଧ୍ୟରେ ୫୦ଟି ବିଧାନସଭା ନିର୍ବାଚନ ହୋସାରିଛି । ୧୧ଟି ରାଜ୍ୟରେ କଂଗ୍ରେସ ଜିତିଛି । କିନ୍ତୁ ଅନେକ ରାଜ୍ୟରେ ଦଳୀୟ କନ୍ଦଳ ଯୋଗୁଁ ପାର୍ଟିକୁ କ୍ଷମତା ହରାଇବାକୁ ପଡ଼ିଛି ।

ମଧ୍ୟପ୍ରଦେଶ ହେଉଛି ଏହାର ବଡ଼ ଉଦାହରଣ । ୨୦୧୮ରେ କଂଗ୍ରେସ ସରକାର ଗଢ଼ିଥିଲା । କିନ୍ତୁ ଦେଢ଼ ବର୍ଷରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ କଂଗ୍ରେସର ଅନେକ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ଫଳରେ କମଳନାଥଙ୍କ ସରକାର ଖସିଯାଇଥିଲା । କର୍ଣ୍ଣାଟକ ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଥିଲା ।

Related posts

ବେଆଇନ ଭାବରେ ଲାଗିଥିବା ଏକର ଏକର ଜମିରେ ଗଞ୍ଜେଇ ଗଛକୁ ନଷ୍ଟ କଲା ଅବକାରୀ ବିଭାଗ

Odisha Halchal

କଲେଜର ନାବାଳିକା ଛାତ୍ରୀ ଅଚେତ

Odisha Halchal

ପ୍ରତିଦିନ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ପାଣି, ମିଳିବ ଏସବୁ ଫାଇଦା

Odisha Halchal

Leave a Comment