ଓଡ଼ିଶା ଖବରନ୍ୟୁଜ୍

ଥାନା ସାମ୍ନାରେ କିରୋସିନ ଡାଲି ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଥାନା ସାମ୍ନାରେ କିରୋସିନ ଡାଲି ମହିଳାଙ୍କ ଆତ୍ମହୁତି ଉଦ୍ୟମ

ମାଲକାନଗିରି:-(ରିପୋର୍ଟ – କ୍ରିଷ୍ଣାପଦ ରାୟ)ସଦରମହକୁମା ଆଦର୍ଶ ଥାନା ସମ୍ମୁଖରେ ଜଣେ ଅଭିଯୋଗ କାରୀ ମହିଳା ନିଜ ଦେହରେ କିରୋସିନ ଡାଲି ଆତ୍ମହୁତି ଉଦ୍ୟମ କରିଥିଲେ। ଏଭଳି କିଛି ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି, ସଦର ଟାଉନ ଥାନା ସମ୍ମୁଖରେ। ସୂଚନା ଅନୁଯାଇ ଗତ ନଅ ତାରିଖ ଦିନ ଗୋଙ୍ଗଲା ପଞ୍ଚାୟତ ରେ ବାସ କରୁଥିବା ଭୋଗୁ ହନ୍ତାଳର ଦଶା କାର୍ଯ୍ୟ ଚାଲିଥିଲା ।

ଏହି ସମୟରେ ମୃତ ଭାଗୁ ହନ୍ତାଳର ଭାଇ ମାନେ ଭଗୁ ହନ୍ତାଳର ଭାଉଜ ଓ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିଥିଲେ । ତେବେ 10 ତାରିଖ ଦିନ ଏ ସମ୍ବନ୍ଧରେ ଭଗୁ ହନ୍ତାଳର ସ୍ତ୍ରୀ ଓ ଭାଉଜ ଥାନାରେ ଅଭିଯୋଗ ଆଣିଥିଲେ । କିନ୍ତୁ ଥାନା କର୍ମଚାରୀ ଏ ସମ୍ବନ୍ଧରେ କୌଣସି ପଦକ୍ଷପ ନେଇନଥିଲେ । ଏ ସମ୍ବନ୍ଧରେ ମାଲକାନଗିରି ଏସ ପି ଙ୍କ ସହ ମଧ୍ୟ ଯୋଗା ଯୋଗ କରିଥିଲେ । ଏହାପରେ କିଛି ଥାନା ଅଧିକାରୀ ଗଙ୍ଗଲା ଯାଇଥିଲେ ସତ କିନ୍ତୁ ସେହି ଅଭିଯୁକ୍ତ ଘରେ ବସି ଥଣ୍ଡା ଚାହା ପାଣି ପିଇ ମଧ୍ୟ ଆସିଥିଲେ ।

ତେବେ ସମସ୍ତ ଗ୍ରାମବାସି ମାନଙ୍କ ସମ୍ମୁଖରେ ନିଜ ଦିଅର ମାନଙ୍କ ଦ୍ଵାରା ହୋଇଥିବା ଅତ୍ୟାଚାର ଓ ଥାନା କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଆଜି ଥାନା ସମ୍ମୁଖରେ ନିଜ ଦେହରେ କିରୋସିନ ଡାଲି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଅଭିଯୋଗ କାରି। ତେବେ ତୁରନ୍ତ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

Related posts

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

Odisha Halchal

ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ

Odisha Halchal

ନା ଜାତକ, ନା ଜାତିଗୋତ୍ର; କନିଆ ସାଜିଲେ ୨ ଅନାଥ ଝିଅ

Odisha Halchal

Leave a Comment