Tuesday, October 4, 2022
Homeଓଡ଼ିଶା ଖବରତିନି ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡାନ୍ତ ତାଲିକା

ତିନି ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡାନ୍ତ ତାଲିକା

ରାଜ୍ୟର ତିନି ମହାନଗର ନିଗମ ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ମେୟର ପଦ ସଂରକ୍ଷଣ ନେଇ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ଚୂଡାନ୍ତ ତାଲିକା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ବ୍ରହ୍ମପୁରମ†ାନଗର ନିଗମ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।

ସେହିପରି କଟକ ମହାନଗର ନିଗମ ମେୟର ପଦ ଅଣସଂରକ୍ଷିତ ରହିଛି । ମେୟର ପଦ ସଂରକ୍ଷଣ ସହ ୩ ମହାନଗର ନିଗମର ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି । ସେହିପରି ୱାର୍ଡ ଅନୁସାରେ କର୍ପୋରେଟର ପଦ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।

ତେବେ ଭୁବନେଶ୍ୱର ୩୪, ୧୩ ଓ ୨ ନମ୍ବର ୱାର୍ଡ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ୩୬, ୧୮ ଓ ୨୧ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରଖାଯାଇଛି । ୨୨ ଓ ୨୬ ନମ୍ବର ୱାର୍ଡ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୮ ନମ୍ବର ୱାର୍ଡ ଅନୁସୂଚିତ ଦନଜାତି ପାଇଁ ସଂରକ୍ଷିତ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର