ଅପରାଧଓଡ଼ିଶା ଖବରନ୍ୟୁଜ୍

ତିନି ବାନ୍ଧବୀ ଙ୍କ ଝୁଲନ୍ତା ଶବ ଗୋଟିଏ ଗଛରେ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗ୍ରାମ ଡଙ୍ଗରିଭଟା ଠାରେ ଘଟିଛି ଏକ ଅଭାବନୀୟ ଘଟଣା ତିନି ବାନ୍ଧବୀ ଙ୍କ ଝୁଲନ୍ତା ଶବ ଗୋଟିଏ ଗଛରେ ମିଳିଛି , ଆତ୍ମହତ୍ୟା ନା ହାତ୍ୟା ସେ ନେଇ କଳ୍ପନା ଜଳ୍ପନା ଚାଲିଛି। ତିନି ଯୁବତୀ ହେଲେ ତୋହରା ଗ୍ରାମର ହେମଲତା ଗୌଡ଼ (୨୧),କୌଶଲ୍ୟା ମାଝୀ(୧୬)ଫୁଲମତି ମାଝୀ(୧୫) , ହେମଲତା ସ୍ବାମୀ ପରିତ୍ୟକ୍ତ ହୋଇଥିବା ବେଳେ ଦୁଇ ଜଣ ନାବାଳିକା ଅଟନ୍ତି। ଗତ ସଂଧ୍ୟାରେ ତିନି ଯୁବତୀ ଗ୍ରାମରେ ବୁଲୁଥିବା ଦେଖା ଯାଇ ଥିଲା କିନ୍ତୁ ରାତି ପ୍ରାୟ ସାତ ଟା ସମୟରେ ତିନି ଜଣ ଙ୍କ ଶବ ଗ୍ରାମ ଠାରୁ ପାଂଚ ଶହ ମିଟର ଦୂର ଏକ କୁସୁମ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଉମରକୋଟ ପୋଲିସ,ନବରଙ୍ଗପୁର ରୁ ସାଇଣ୍ଟିଫିକ୍ ଟିମ୍ ପହଂଚି ଶବ ଗୁଡ଼ିକ ଜବତ କରିବା ସହ ଅଧିକା ତଦନ୍ତ କରୁଛନ୍ତି। ତିନି IIC ଜଣେ SDPO ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳଯାଇଛି।

https://fb.watch/ciqtNrwULz/

Related posts

ପୁଣି ବାହା ହେବେ ବିଧାୟକ!

Odisha Halchal

ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ଜିଲ୍ଲାପାଳ ଅଫିସ୍ ଘେରାଉ

Odisha Halchal

ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ

Odisha Halchal

Leave a Comment