ଓଡ଼ିଶା ଖବରନ୍ୟୁଜ୍

ତିନି ଛୁଆଙ୍କୁ ଛାଡ଼ି ଚାଲିଗଲା ମାଆ

ତିନି ଛୁଆଙ୍କୁ ଛାଡ଼ି ଚାଲିଗଲା ମାଆ

ରାୟଗଡା :-(ରିପୋର୍ଟ -ଅନନ୍ତ ନାରାୟଣ ଦୁର୍ଗା )ବେକରେ ଶାଢ଼ୀ ଦେଇ ମହିଳାଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ।ରାୟଗଡା ଜିଲ୍ଲା ଅମ୍ବାଦଳା ଥନା ଅଧୀନ ରେ ଥିବା ଶରଧାପୁର ପଞ୍ଚାୟତର ମାଳିମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଏକ ଅଘଟଣ,ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପରିଚୟ ରେବତୀ ବଚ୍ଚା ବୋଲି ଜଣା ପଡ଼ିଛି।

ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳା ଜଣଙ୍କ ଏକମାସ ପୂର୍ବରୁ ଏକ ଗଛ ଉପରେ ଚଢ଼ି ଆତ୍ମହତ୍ୟା ର ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିବା ପରିବାର ପକ୍ଷରୁ ଜଣାପଡିଛି।

ଗତ କାଲି ବିଳମ୍ବିତ ରାତିରେ ମହିଳା ଜଣଙ୍କ ଆତ୍ମ ହତ୍ୟା କରିଥିବା ବେଳେ ଅମ୍ବାଦଳା ପୁଲିସ୍ ଓ ସାଇଣ୍ଟିଫିକ ଦଳ ରାୟଗଡ଼ା ରୁ ପହଁଚି ତଦନ୍ତ କରି ସବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ବେଳେ ଆତ୍ମ ହତ୍ୟା ର କାରଣ ଅସ୍ପଷ୍ଟ ରହିଛି। ମୃତ ରେବତୀଙ୍କର ୧୦ ବର୍ଷ ୫ ବର୍ଷର ଦୁଇଟି ଝିଅ ଓ ୧ ବର୍ଷର ଗୋଟିଏ ପୁଅ ଥିବା ଜଣାପଡିଛି।

Related posts

ମହିଳାଙ୍କୁ ବ୍ୟବହାର କରି ପ୍ରଯୋଜକଙ୍କୁ ବ୍ଲାକମେଲ୍, ହାତେଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଫଟୋ

Odisha Halchal

ଭିନ୍ନକ୍ଷମ ମହିଳା ଙ୍କୁ ଭତ୍ତା ଖଣ୍ଡେ ପାଇଁ ସାତ ସପନ

Odisha Halchal

ଧାନ ର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ଚାଷୀ

Odisha Halchal

Leave a Comment