ଓଡ଼ିଶା ଖବରନ୍ୟୁଜ୍

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଦେଖାଦେଇଛି ଫାଟ । ରଥର ଦକ୍ଷିଣମୋଡ଼ ପୂର୍ବରୁ ଆଜି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ ଦେଖାଦେଇଛି । ସେହିପରି ଦର୍ପଦଳନର ବଡ଼ଉଛୁଳା ଚକରେ ଫାଟ ହୋଇଛି । ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ଅଧିକାରୀ ।

ପରମ୍ପରା ଅନୁଯାୟୀ, ହେରାପଞ୍ଚମୀ ପରଦିନ ଶରଧା ବାଲିରେ ରହିଥିବା ୩ ରଥକୁ ଟଣାଯାଇ ନାକଚଣା ଦୁଆରକୁ ନିଆଯାଇଥାଏ । ତା’ ପୂର୍ବରୁ ୩ ରଥର ଚକକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଇଥାଏ । ଆଜି ନିୟମିତ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି।

ଏନେଇ ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ଅଜିତ ମହାପାତ୍ର କହିଛନ୍ତି, ଦକ୍ଷିଣ ମୋଡ଼ ଓ ବାହୁଡ଼ା ଯାତ୍ରାରେ ଯେପରି କିଛି ଅସୁବିଧା ନ ହେବ ସେଥିପାଇଁ ସବୁବର୍ଷ ନିୟମିତ ପ୍ରକ୍ରିୟା ଭାବେ ଯାଞ୍ଚ କରାଯାଇଥାଏ। ଆଜି ରଥ ଚକରେ ଫାଟ ଥିବା ଜଣାପଡ଼ିଥିବା ବେଳେ ଦକ୍ଷିଣ ମୋଡ଼ ପୂର୍ବରୁ ଏହାର ମରାମତି କାମ କରାଯିବ ।

ସୂଚନାଯୋଗ୍ୟ, ରଥର ଦକ୍ଷିର ମୋଡ଼ ପୂର୍ବରୁ ଯାଞ୍ଚ କରାଯିବା ପରି ରଥନାକଚଣା ଦୁଆରରେ ପହଞ୍ଚିଲେ ପୁନର୍ବାର ଯାଞ୍ଚ ହେବ । ପୂର୍ତ୍ତ ବିଭାଗ, ବିଶ୍ୱକର୍ମା ମହାରଣା, କମାର ସେବକ ଉପସ୍ଥିତ ରହି ଏହି ଯାଞ୍ଚ କରିବେ । ଆଜି ଯାଞ୍ଚ ବେଳେ ରଥ ଚକର ଯେଉଁ ଅଂଶ କ୍ଷତିଗ୍ରସ୍ତ ବୋଲି ଚିହ୍ନଟ କରାଯାଇଛି ତାହାକୁ ଆସନ୍ତାକାଲି ମରାମତି କରାଯିବ ।

ଆସନ୍ତାକାଲି ହେରାପଞ୍ଚମୀ ଥିବା ବେଳେ ତା’ ପରଦିନ ୩ ରଥକୁ ଦକ୍ଷିଣ ମୋଡ କରାଯିବ। ପରମ୍ପରା ଅନୁଯାୟୀ, ପ୍ରଥମେ ଦର୍ପଦଳନ, ପରେ ତାଳଧ୍ୱଜ ଓ ପରେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବ ।ରଥ ନିର୍ମାଣବେଳେ ନନ୍ଦିଘୋଷ ଅଖରେ ଫାଟ ଦେଖାଦେଇଥିବା ବେଳେ ନୂଆ ଅଖ ବଦଳାଯାଇଥିଲା ।

Related posts

ବୈତରଣୀ ନଦୀ ପଠାରୁ ମିଳିଲା ନବଜାତ ଶିଶୁପୁତ୍ର

Odisha Halchal

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ

Odisha Halchal

ଅଳ୍ପକେ ବର୍ତିଲେ ମନ୍ତ୍ରୀ – ଗାଡ଼ି ଦୁର୍ଘଟଣାଗ୍ରସ୍ତ

Odisha Halchal

Leave a Comment