ଦେଶ ବିଦେଶନ୍ୟୁଜ୍

ତାମିଲକୁ ମିଳୁ ହିନ୍ଦୀ ସମାନ ଅଧିକାର, ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ତାମିଲକୁ ମିଳୁ ହିନ୍ଦୀ ସମାନ ଅଧିକାର, ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗୁରୁବାର ତାମିଲକୁ ହିନ୍ଦୀ ସହ ସମକକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ଏହାସହ ଭାରତ ସରକାରଙ୍କ କାର୍ଯ୍ୟାଳୟ ଏବଂ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ଏହାକୁ ସରକାରୀ ଭାଷାର ମାନ୍ୟତା ଦେବା ପାଇଁ କହିଛନ୍ତି। ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେହି ସମାନ ମଞ୍ଚରୁ ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ତାମିଲ ଭାଷା ଶାଶ୍ୱସ୍ତ ଏବଂ ତାମିଲ ସଂସ୍କୃତି ସାରା ବିଶ୍ୱରେ ବ୍ୟାପ୍ତ । ଉଲ୍ଲେଖଯୋଗ୍ୟ ଯେ, ଦୁଇ ନେତା ଗୁରୁବାର ଚେନ୍ନାଇରେ ଏକ ସରକାରୀ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଉପସ୍ଥିତି ରହିଥିଲେ।

୨୦୨୧ ବିଧାନସଭା ନିର୍ବାଚନ ପରେ ଷ୍ଟାଲିନଙ୍କ ନେତୃତ୍ୱାଧିନ ଡିଏମକେ କ୍ଷମତାକୁ ଆସିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ତାମିଲନାଡୁ ଗସ୍ତ। ଚେନ୍ନାଇରେ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ଷ୍ଟାଲିନ ରାଜ୍ୟର ଦ୍ରାବିଡ ମେଡଲ କଥା ଉଲ୍ଲେଖ କରିଥିଲେ।ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଥିଲେ, ଆମେ ବନ୍ଧୁତା ପାଇଁ ହାତ ବଢାଇବୁ, କିନ୍ତୁ ନିଜ ଅଧିକାର ପାଇଁ ସ୍ୱର ବି ଉଠାଇବୁ। ଆମ ଭାଷା ତାମିଲକୁ ହିନ୍ଦୀ ସହ ସମାନ ଅଧିକାର ମିଳୁ, ସରକାରୀ ଭାଷାର ମାନ୍ୟତା ଦିଆଯାଉ। ଆମ ଉପରେ ହନ୍ଦୀ ଲଦା ଦିଆ ନଯାଉ। ନିଟକୁ ଶେଷ କରାଯାଉ। ସିଏମ ଷ୍ଟାଲିନ କହିଥିଲେ, ଆମେ ନିଟ୍ ପରୀକ୍ଷାକୁ ବିରୋଧ କରୁଛୁ, ଏଥିପାଇଁ ବିଧାନସଭାରେ ଏକ ବିଧେୟକ ପାରିତ କରାଯାଇଛି । ତାମିଲନାଡୁକୁ ନିଟ୍ ପରୀକ୍ଷାକୁ ବାଦ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ସେ ନିବେଦନ କରିଥିଲେ।

ଭାଷାକୁ ନେଇ ଷ୍ଟାଲିନ ମନ୍ତବ୍ୟ ପରେ ସେହି ମଞ୍ଚରୁ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ପିଏମ କହିଥିଲେ, ‘ତାମିଲ ଏକ ଶାଶ୍ୱସ୍ତ ଏବଂ ତାମିଲ ସଂସ୍କୃତି ସାରା ବିଶ୍ୱରେ ବ୍ୟାପ୍ତ । ଚେନ୍ନାଇରୁ କାନାଡା ଯାଏ, ମଦୁରାଇରୁ ମାଲେୟିଆ ଯାଏ, ନମକ୍କଲରୁ ନ୍ୟୁୟର୍କ ଯାଏ ଏବଂ ସେଲମରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ପୋଙ୍ଗଲ ଏବଂ ପୁଥାଡ୍ଡୁ ପରି ପର୍ବକୁ ବଡ଼ ଉତ୍ସାହ ସହ ପାଳନ କରାଯାଇଥାଏ। ଏଠାରେ ଆମେ ତାମିଲନାଡୁର ବିକାଶ ଯାତ୍ରାର ଆଉ ଏକ ଗୌରବଶାଳୀ କ୍ଷେତ୍ରର ବିକାଶର ଉତ୍ସବ ପାଳନ କରିବା ପାଇଁ ଏକାଠି ହୋଇଛୁ’।

ଉଲ୍ଲେଖଯୋଗ୍ୟ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦ ପରେ ଚେନ୍ନାଇରେ ବିଶାଳ ରୋଡ ଶୋ କରିଥିଲେ। ରାଜ୍ୟ ପାଇଁ ୩୧,୪୦୦ କୋଟି ଟଙ୍କାର ବହୁ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଥିଲେ। ଚେନ୍ନାଇର ଜବାହାର ଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ଏହି ଉପହାର ଦେଇଥିଲେ।

Related posts

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆହତ

Odisha Halchal

ପରିଣତ ବୟସରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ୯୫ ବର୍ଷର ବୃଦ୍ଧା: ଭୋଟ ଦେଲେ

Odisha Halchal

ଅଶାନ୍ତ ସମୁଦ୍ରରେ ମାଛ ମାରି ଫେରୁଥିବା ବେଳେ ଓଲଟିଲା ଡ଼ଙ୍ଗା

Odisha Halchal

Leave a Comment