ଅପରାଧଓଡ଼ିଶା ଖବରନ୍ୟୁଜ୍

ଡିଲ୍ ବେଳେ ମାଡିବସିଲା ବନବିଭାଗ, ଗୋଟିଏ କଲରାପତରିଆ ବାଘ ଛାଲ ସହ ୭ ଗିରଫ

ଡିଲ୍ ବେଳେ ମାଡିବସିଲା ବନବିଭାଗ, ଗୋଟିଏ କଲରାପତରିଆ ବାଘ ଛାଲ ସହ ୭ ଗିରଫ

ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ସଂସ୍ଥ୍ୟା ଓ ବନବିଭାଗ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ଡିଲ୍ ହେଉଥିବା ବେଳେ ମାଡି ବସିଲା ବନ ଭିବାଗ । ଫଳରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏହାସହିତ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ କଲରା ପତରିଆ ବାଘ ଛାଲ ଡିଲ୍ ଚାଲିଥିଲା । ଏହି ସମୟରେ କେନ୍ଦୁଝର ବନ ବିଭାଗ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ସଂସ୍ଥ୍ୟା ମିଳିତ ଭାବେ ଚଢାଉ କରିଥିଲେ ।

ଏହି ଚଢାଉରେ ବାଘ ଛାଲ ଓ ଏକ ଅଲଟୋ କାରକୁ ମଧ୍ୟ ଜବତ କରାଯାଇଛି । ଏହାସହିତ ୭ ଜଣଙ୍କୁ ଗିରଫ କରି ରେଞ୍ଜ ଅଫିସକୁ ଆଣି ଅଧିକ ପଚରାଉଚରା କରାଯାଉଛି । ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଯଶୀପୁରର ହୋଇଥିବା ବେଳେ ଅନ୍ୟ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି ।

Related posts

ନୂଆ ଲୁକ୍‌ରେ ନଜର ଆସିଲେ ରଣଦୀପ୍‌ ହୁଡ୍ଡା

Odisha Halchal

ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

Odisha Halchal

ୟୁକ୍ରେନ ଯୁଦ୍ଧରେ ଋଷ ସେନା ବିରୋଧରେ ସଙ୍ଗୀନ ଆରୋପ

Odisha Halchal

Leave a Comment