ଅପରାଧଦେଶ ବିଦେଶନ୍ୟୁଜ୍

ଟ୍ୟୁସନ କରିବାକୁ ଆସି , ଛାତ୍ରୀଙ୍କୁ ଦେଖାଉଥିଲେ ଅଶ୍ଲୀଳ ଭିଡିଓ

ଟ୍ୟୁସନ କରିବାକୁ ଆସି , ଛାତ୍ରୀଙ୍କୁ ଦେଖାଉଥିଲେ ଅଶ୍ଲୀଳ ଭିଡିଓ

ହରିୟାଣାର ଜିନ୍ଦରେ ଜଣେ ଟ୍ୟୁସନ ଶିକ୍ଷକଙ୍କ ଲଜ୍ଜାଜନକ କାଣ୍ଡ ସାମ୍ନାକୁ ଆସିଛି । ଶିକ୍ଷକ ଜଣଙ୍କ ଜଣେ ଛାତ୍ରୀଙ୍କୁ ଜବରଦସ୍ତି ଅଶ୍ଲୀଳ ଭିଡିଓ ଦେଖାଉଥିବା ଅଭିଯୋଗ ହୋଇଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ମାମଲା ରୁଜୁ କରିଛି ।

ସୂତନାନୁସାରେ, ଅଙ୍କୁର ନାମକ ଜଣେ ବ୍ୟକ୍ତି ଜଣେ ଛାତ୍ରୀଙ୍କୁ ଟ୍ୟୁସନ କରିବାକୁ ଆସୁଥିଲେ । ପାଠ ପଢାଇବା ବେଳେ ସେ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଅଶ୍ଲୀଳ ଭିଡିଓ ଦେଖାଉଥିଲେ । ଏହାସହ କାହାକୁ କିଛି କହିଲେ ଜୀବନରେ ତାଙ୍କ ପିତାଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ଛାତ୍ରୀଜଣଙ୍କ ଅତିଷ୍ଠ ହୋଇ ମାତା-ପିତାଙ୍କୁ ଏବାବଦରେ ଜଣାଇଥିଲେ ।

ମାତା-ପିତା ସଂପୃକ୍ତ ଛାତ୍ରୀଙ୍କୁ ଆଉ ଟ୍ୟୁସନ ଛାଡିନଥିଲେ । କିନ୍ତୁ ଅଙ୍କୁର ଲଗାତର ଭାବେ ପୀଡାତିଙ୍କ ପିଛା କରୁଥିଲେ । ଏପରିକି ହତ୍ୟା ଧମକ ମଧ୍ୟ ଦେଇଥିଲେ । ଏନେଇ ପୀଡିତା ଓ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେବା ପରେ ମାମଲା ସାମ୍ନାକୁ ଆସିଛି । ତେବେ ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ସୂଚନା ମିଳିଛି । ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

Related posts

ଏୟାରଲିଫ୍ଟ ଦ୍ବାରା ଉଦ୍ଧାର ହେଲେ ମତ୍ସ୍ୟଜୀବୀ

Odisha Halchal

ଭାରତ, ବ୍ରିଟେନ୍ ସହାୟତାରେ ତିଆରି ହେବ ଶକ୍ତିଶାଳୀ ଯୁଦ୍ଧବିମାନ

Odisha Halchal

ଐତିହାସିକ ବିଜୟ ଉତ୍ସବ ପାଳନ କଲେ ବିଧାୟକ

Odisha Halchal

Leave a Comment