Thursday, September 29, 2022
Homeଓଡ଼ିଶା ଖବରଟ୍ରକକୁ ଧକ୍କା ଦେଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

ଟ୍ରକକୁ ଧକ୍କା ଦେଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ବାଇକ୍‌ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ରାସ୍ତା ବଥର୍ଲା ନିକଟରେ ଦୁର୍ଘଟଣା ଘଟିଛି । ବାଇକ୍‌ଟି ଅନିୟନ୍ତ୍ରିତ ଭାବେ ଟ୍ରକକୁ ଧକ୍କା ଦେଇଥିଲା । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଏବେ ଯାଏଁ ମୃତାହତଙ୍କ ପରିଚୟ ହସ୍ତଗତ ହୋଇନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର