ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍

ଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍ କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍

କୌଣସି ବଡ଼ ଆର୍ଥିକ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ଲୋନର ଆବଶ୍ୟକତା ପଡ଼ିଥାଏ । ଚାକିରିଆଙ୍କୁ ଅତି ସହଜରେ ଲୋନ୍ ମିଳିଯାଏ । କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଦରମାରେ କେତେ ଲୋନ୍ ମିଳିପାରିବ ଓ ଆପଣଙ୍କ ଇଏମଆଇ କେତେ ଧାର୍ଯ୍ୟ କରାଯିବ ?

ବ୍ୟାଙ୍କ ବିଶେଷଜ୍ଞ ତଥା ଭାଇସ ଅଫ୍ ବ୍ୟାଙ୍କ ଅଶ୍ୱିନୀ ରାଣା କହିଛନ୍ତି ଯେ, ଦରମା ଓ ଏହା ଅଧିୀନରେ ମିଳୁଥିବା ଲୋନକୁ ନେଇ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିଛି ଭାରତୀୟଙ୍କ ରିଜର୍ଭ ବ୍ୟାଙ୍କ । ସମସ୍ତ ବ୍ୟାଙ୍କ ମଧ୍ୟ ଏହାକୁ ଅନୁସରଣ କରୁଛନ୍ତିି । ଲୋନ୍ ନେଉଥିବା ଲୋକଙ୍କ ଉପରେ ଇଏମଆଇର ବୋଝ କମ୍ କରିବାକୁ ଏହି ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ଲୋକମାନେ ନିଜ ଦୈନନ୍ଦିନ ଖର୍ଚ୍ଚ ଆରାମରେ କରିପାରିବେ । ଗାଇଡଲାଇନରେ ଲୋନ୍, ଇଏମଆଇ ଓ ବ୍ୟକ୍ତିଙ୍କ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଗାଇଡଲାଇନରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

ଆରବିଆଇ ଗାଇଡଲାଇନ ଅନୁସାରେ, କୌଣସି ବେତନଭୋଗୀ ବ୍ୟକ୍ତିଙ୍କୁ ପ୍ରତି ମାସରେ ମିଳୁଥିବା ଟେକ୍ ହୋମ୍ ଦରମାର ୫୫ରୁ ୬୦ ପ୍ରତିଶତ ରାଶି ଇଏମଆଇ ଦେବା ପାଇଁ ବ୍ୟବହାର କରାଯାଇ ପାରିବ । ସେ ଅବଶିଷ୍ଟ ଅର୍ଥକୁ ନିଜ ନୈନନ୍ଦିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଖର୍ଚ୍ଚ କରିବେ । ଅବଶ୍ୟ ଏହି ଗାଇଡଲାଇନ ଆସିବା ପରେ ବ୍ୟାଙ୍କଗୁଡିକ ଟେକ୍ ହୋମ୍ ଦରମାର ମାତ୍ର ୫୦ ପ୍ରତିଶତ ଇଏମଆଇ ଭାବରେ ଠିକ୍ କରିଛନ୍ତି ।

ଟେକ୍ ହୋମ୍ ଦରମା ଉପରେ ସର୍ବାଧିକ ଲୋନ୍ ପାଇବା ବିଷୟରେ ରିଜର୍ଭ ବ୍ୟାଙ୍କର ଏକ ଗାଇଡଲାଇନ ଅଛି । ଏହା ଅନୁଯାୟୀ, ଜଣେ ବ୍ୟକ୍ତି ଘରର ମୋଟ ଦରମାର ୬୦ ଗୁଣ ପର୍ଯ୍ୟନ୍ତ ଲୋନ୍ ପାଇପାରିବେ । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତିଙ୍କର ଟେକ୍ ହୋମ୍ ଦରମା ମାସିକ ୫୦ ହଜାର ଟଙ୍କା ଅଛି, ତେବେ ସେ ସର୍ବାଧିକ ୩୦ ଲକ୍ଷ ଟଙ୍କା ଲୋନ୍ ପାଇପାରିବେ । ସେହିଭଳି, ୧ ଲକ୍ଷ ଟଙ୍କା ଦରମା ପାଉଥିବା ବ୍ୟକ୍ତି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ପାଇବାକୁ ଯୋଗ୍ୟ ।

Related posts

ଓଲଟିଲ ଧାନ ବୋଝେଇ ଟ୍ରକ,ଅଳ୍ପକେ ବର୍ତିଲେ ଡ୍ରାଇଭର

Odisha Halchal

ସହରରେ ସେକ୍ସ ରାକେଟର ପର୍ଦାଫାଶ

Odisha Halchal

ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି : ନିୟନ୍ତ୍ରଣରେ ରହିବ ରକ୍ତଚାପ, ମିଳିବ ଅନେକ ଫାଇଦା

Odisha Halchal

Leave a Comment