ଅପରାଧଓଡ଼ିଶା ଖବରନ୍ୟୁଜ୍

ଟଙ୍କା ପାଇଁ ଭୁଲିଗଲା ସ୍ନେହ, ମାକୁ ପିଟି ପିଟି ହତ୍ୟା କଲା ପୁଅ

ଟଙ୍କା ପାଇଁ ଭୁଲିଗଲା ସ୍ନେହ, ମାକୁ ପିଟି ପିଟି ହତ୍ୟା କଲା ପୁଅ

ଅନୁଗୁଳ ବାଗଡ଼ିଆ ଗାଁରେ ଅଭାବନୀୟ ଘଟଣା। ଘର ଭିତରେ କବାଟ ଦେଇ ମାଆକୁ ବାଡେଇ ବାଡେଇ ମାରିଲା ପୁଅ। ମୃତକ ହେଲେ ବାଗେଡ଼ିଆ ଦେହୁରୀ ସାହିର ବୀଣାପାଣି ଦାସ।

ଖବର ଅନୁଯାୟୀ, ବୀଣାପାଣିଙ୍କୁ ତାଙ୍କର ସାନପୁଅ ତୁଷାର କାନ୍ତ ଦେହୁରୀ ଟଙ୍କା ମାଗିଥିଲା । କିନ୍ତୁ ସେ ନଦେବାରୁ ପିଟିପିଟି ମାରି ଦେଇଥିବା ସୂଚନା ମିଳିଛି। ଏପିରିକି ମାରିଲା ପରେ ଘରେ ତାଲା ପକାଇ ଫେରାର ହୋଇଯାଉଛି ।

ସେପଟେ ଖବର ପାଇ ଦେବଗଡ଼ ପାଖରୁ ତୁଷାରକୁ ଗିରଫ କରିଛି ପୋଲିସ। ଘରେ କେବଳ ମା ପୁଅ ରହୁଥିଲେ। ବଡ଼ ପୁଅ ବାହାରେ ଚାକିରୀ କରୁଛନ୍ତି। ଘଟଣା ଜଣାପଡିବା ପରେ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Related posts

କଙ୍ଗାରୁକୋର୍ଟର ଶିକାର ଅନେକ ପରିବାର

Odisha Halchal

ସ୍କୁଲ ପିଲାଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ

Odisha Halchal

ଶୀତ କାକରକୁ ଖାତିର ନ କରି ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ

Odisha Halchal

Leave a Comment