ଦେଶ ବିଦେଶନ୍ୟୁଜ୍

ଝାଡ଼ଖଣ୍ଡ ‘ରୋପ-ୱେ’ ଦୁର୍ଘଟଣା: ୪୦ ଘଣ୍ଟାର ଅପରେଶନ ପରେ ଉଦ୍ଧାର ହୋଇପାରିଲେନି ଆହୁରି ୧୫ ଲୋକ

ଝାଡ଼ଖଣ୍ଡ ‘ରୋପ-ୱେ’ ଦୁର୍ଘଟଣା ୪୦ ଘଣ୍ଟାର ଅପରେଶନ ପରେ ଉଦ୍ଧାର ହୋଇପାରିଲେନି ଆହୁରି ୧୫ ଲୋକ

ଝାଡ଼ଖଣ୍ଡର ଦେଓଘରରେ ହୋଇଥିବା ‘ରୋପ-ୱେ’ ଦୁର୍ଘଟଣାର ପାଖାପାଖି ୪୦ ଘଣ୍ଟା ବିତିବା ପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ପୂରା ହୋଇପାରି ନାହିଁ । ଏବେବି ୧୫ ଜଣ ଲୋକେ ରୋପ-ୱେ ଟ୍ରଲିରେ ଅଟକି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ସମୟରେ ବାୟୁସେନାର ହେଲିକପ୍ଟରକୁ ଧରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି ।

ରୋପ-ୱେ ପରିଚାଳନା କରୁଥିବା ଦାମୋଦର ପ୍ରାଇଭେଟ ଲିମିଟେଡ କଂପାନୀର ମହାପ୍ରବନ୍ଧକ ମହେଶ ମହତୋ କହିଛନ୍ତି, ‘ରୋପ-ୱେ’ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଗୁରୁତର ହୋଇଛନ୍ତି । ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଛି । ୪୮ ଜଣ ଲୋକ ‘ରୋପ-ୱେ’ରେ ଫସିଥିଲେ । ଏଥିରୁ ଜଣେ ବ୍ୟକ୍ତି ଉଦ୍ଧାର କାର୍ଯ୍ୟ ସମୟରେ ଖସିପଡ଼ିବାରୁ ମୃତ୍ୟୁ ହୋଇଥିଲା । ୩୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । କିନ୍ତୁ ଏବେବି ୧୫ ଜଣ ଫସି ରହିଛନ୍ତି । ଏଥିରେ ୧୪ ଜଣ ପର୍ଯ୍ୟଟକ ଥିବା ବେଳେ ଅନ୍ୟ ଜଣେ ପାରା ମିଲିଟାରୀ ଯବାନ ଅଛନ୍ତି । ରାତି ହେବାରୁ ସୋମବାର ଉଦ୍ଧାର କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା । ଲୋକଙ୍କୁ ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ଓ ପାନୀୟ ପହଞ୍ଚା ଯାଇଥିଲା ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ସବୁଠାରୁ ଉଚ୍ଚ ‘ରୋପ୍‌-ୱେ’ରେ ସୋମବାର ସକାଳୁ ଦୁର୍ଘଟଣା ଘଟିଥିଲା । ତ୍ରିକୁଟ ରୋପ-ୱେର ଟ୍ରଲିଗୁଡ଼ିକ ମଧ୍ୟରେ ଧକ୍କା ହୋଇଥିଲା । ମୋହନପୁର ଥାନା ଅନ୍ତଗର୍ତ ତ୍ରିକୁଟ ପାହାଡ଼ ‘ରୋପ୍‌-ୱେ’ର ଟ୍ରଲିଗୁଡ଼ିକ ଭିତରେ ଧକ୍କାରେ ମହିଳା ଓ ଛୋଟ ଶିଶୁ ମଧ୍ୟ ସାମିଲ ଅଛନ୍ତି । ରାମନବମୀକୁ ନେଇ ପୂଜା କରିବାକୁ ଓ ବୁଲୁବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ । ‘ରୋପ-ୱେ’ ଦୁର୍ଘଟଣାରେ ୧୯ଟି ଟ୍ରଲିରେ ୪୮ ଜଣ ଲୋକ ଫସିଥିଲେ । ଏନଡିଆରଏଫ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

Related posts

ଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍

Odisha Halchal

ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ

Odisha Halchal

ପ୍ରଗତିର ମଶାଲ ପଦଯାତ୍ରାରେ ଯୁବନେତା

Odisha Halchal

Leave a Comment