ଓଡ଼ିଶା ଖବରନ୍ୟୁଜ୍

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ନୂଆପଡା ର ନିଆରା ପ୍ରୟାସ

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ନୂଆପଡା ର ନିଆରା ପ୍ରୟାସ

ନୂଆପଡା :-(ରିପୋର୍ଟ -ଚେତୁରାମ ପ୍ରଧାନୀ)ସ୍ଥାନୀୟ ପୋଲିସ ପଡିଆସ୍ଥିତ ରଙ୍ଗମଞ୍ଚ ଠାରେ ଜାନ, ନୂଆପଡା ପକ୍ଷରୁ vision ନୂଆପଡା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି. ଜାନ ସଭାପତି ଘନଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ, ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀଯୁକ୍ତ ଅଧୀରାଜ ମୋହନ ପାଣିଗ୍ରାହୀ, ବିଧାୟକ ଖଡ଼ିଆଳ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସିଂ ଠାକୁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ, ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦୀପ, ନୂଆପଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ବରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା କୁମ୍ଭାର, ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉଜ୍ଜଳ ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ.

ନୂଆପଡା ଜିଲ୍ଲା ଦୀର୍ଘ 29ବର୍ଷ ମଧ୍ୟରେ ଉନ୍ନତି ପଥରେ ଆଗେଇ ଚାଲିଛି. ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟ ଜଳ, ବିଜୁଳି, କୃଷି ଓ ଅନେକ କ୍ଷେତ୍ରରେ ଆଗେଇଛି. ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବ ଦଳ ମତ ନିର୍ବିଶେଷରେ ସହମତି ଓ ସହଯୋଗରେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ମନ୍ତୀ ଢୋଲକିଆ ପ୍ରକାଶ କରିଛନ୍ତି. ଆଗାମୀ ଦିନରେ ଜିଲ୍ଳାରେ କୃଷି ସମସ୍ୟା, ଜଳସେଚନ ସୁବିଧା, ଦାଦନ ସମସ୍ୟା, ବେରୋଜଗାର ସମସ୍ୟା ଉପରେ ଧ୍ୟାନ ଦେଇ ଜିଲ୍ଳାକୁ ଉନ୍ନତିରେ ଅଗ୍ରସର ହେଵା ବୋଲି ଆଲୋଚନା ହୋଇଥିଲା.

ଏହି vision ନୂଆପଡା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାର ସମସ୍ୟା ଓ ଏହାର ସମାଧାନ ପାଇଁ ପରବତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିବା. ଜିଲ୍ଳାକୁ ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିବା. ଏହି ସଭାରେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ. ଜାନ ସାଧାରଣ ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ ଧାରା ବିବରଣୀ ପାଠ କରିଥିଲେ. ଏହି ସଭାକୁ ସଫଳ ମଣ୍ଡିତ କରିବା ପାଇଁ କେତେକ ବୁଦ୍ଧିଜୀବି ଯୋଗଦାନ କରିଥିଲେ. ସେମାନେ ହେଲେ ଜିଲ୍ଲା ଓକିଲ ସଙ୍ଘ ସଭାପତି ପ୍ରସନ୍ନ ପାଢ଼ୀ, ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଭରତଲାଲ ରାଉତ, ଅବନୀ ରଞ୍ଜନ ଯୋଶୀ, ଉଷା ଜୈନ, ମହାମାୟା ଶିକ୍ଷାନୁଷ୍ଠାନ ନିର୍ଦେଶକ ଟଙ୍କଧର ସାହୁ, ଅବସରପ୍ରାପ୍ତ ସିଡିମଓ ବଜରଙ୍ଗବଳୀ ଜଗତ, ଶିକ୍ଷାବିତ ପ୍ରବୋଧ ହୋତା ଓ ଜାନର ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ

Related posts

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅସାନି’, ପୁରୀଠୁ ୧୦୩୦ କିମି ଦୂରରେ

Odisha Halchal

କାଳ ବୈଶାଖୀର ତାଣ୍ଡବ

Odisha Halchal

ଜଳ ସଂପଦ ଓ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

Odisha Halchal

Leave a Comment