ଅପରାଧଦେଶ ବିଦେଶନ୍ୟୁଜ୍

ଜେଲ୍‌ର ୮୩ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ

ଜେଲ୍‌ର ୮୩ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ

ଠକ ଶୁକେଶ ଚନ୍ଦ୍ରଶେଖର ଯେ କେତେ ପାୱାରଫୁଲ ତାହାର ଗୋଟିଏ ପରେ ଗୋଟିଏ ନିଦର୍ଶନ ଦେଖିବାକୁ ମିଳିଛି। ବଲିଉଡ୍‌ର ଠାରୁ ସରକାରୀ ଅଫିସରମାନେ ସମସ୍ତେ ସୁକେଶ ହାତର କଣ୍ଢେଇ ସାଜିଛନ୍ତି। ଏକଥା ଆମେ କହୁନୁ ଏହି ଖବରରୁ ଜଣାପଡ଼ୁଛି। ଠକ ସୁକେଶ ବଲିଉଡ୍‌ର ହିରୋଇମାନଙ୍କୁ ଦାମି ଦାମି ଅଫର ଦେଇ ଲୋଭ ଦେଖାଉଥିଲା। ଏଠି ଥାନାରେ ବି କର୍ମଚାରୀଙ୍କୁ ଲାଞ୍ଚ ଦେଇ ସେମାନଙ୍କୁ ହାତରେ ରଖିଥିଲା।

ଏହି ଅଭିଯୋଗରେ ଦିଲ୍ଲୀର ରୋହିଣୀ ଜେଲ୍‌ର ୮୧ ଜଣ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା। ସୁବିଧା ଯୋଗାଇ ଦେବା ପାଇଁ ଏମାନେ ପ୍ରତିମାସରେ ସୁକେଶ ଠାରୁ ୧.୫ କୋଟି ଟଙ୍କାର ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ରହିଛି। ଏହି ଅଭିଯୋଗରେ ଜେଲ୍‌ର କର୍ମୀମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହା ପୂର୍ବରୁ ସୁକେଶଙ୍କ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗରେ ଜେଲ୍‌ର ୮ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଏହାପରେ ମାମଲାର ଖୋଳତାଡ଼ କରିବା ଜେଲ୍‌ର ୮୧ କର୍ମଚାରୀ ଦୁର୍ନୀତିଗ୍ରସ୍ତ ବୋଲି ଜଣାପଡ଼ିଛି।ସୁକେଶ ଚନ୍ଦ୍ର ୨୦୦ କୋଟି ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ ହୋଇଛି। ଫର୍ଟିସ ହେଲ୍‌ଥକେୟାର ପ୍ରମୋଟର ଶିବିନ୍ଦର ସିଂଙ୍କ ପତ୍ନୀଙ୍କ ଠାରୁ ସୁକେଶ ୨୦୦ କୋଟି ଚାନ୍ଦା ଆଦାୟ କରିଥିଲା।

ଅଭିଯୋଗ ଅନୁସାରେ, ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଇଓଡବ୍ଲୁ ଗତ ୬ ମାସ ହେଲା ଦିଲ୍ଲୀ ଜେଲ୍‌ର ଅନୁମତିକୁ ଅପେକ୍ଷା କରିଛି। ସୁକେଶ ଜେଲ୍‌ରେ ଜେଲ୍‌ରେ ରହି ମୋବାଇଲ୍ ଫୋନ୍ ଆଦି ବ୍ୟବହାର କରିବା ସୁବିଧା ପାଇବାକୁ ସେ ଜେଲ୍ ଷ୍ଟାଫ୍‌କୁ ପ୍ରତି ମାସରେ ୧.୫ କୋଟି ଟଙ୍କା ଲାଞ୍ଚ ଦେଉଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଜଣାପଡ଼ିବା ପରେ ଜେଲ୍‌ରେ ଥିବା ୧୦ ସିସିଟିଭି ଫୁଟେଜ୍ ଚେକ୍ କରାଯାଇଥିଲା। ଫଳରେ ଜେଲ୍ କର୍ତ୍ତୃପକ୍ଷ କାରନାମା ଜଣାପଡ଼ିଛି।

Related posts

ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ

Odisha Halchal

ଶେଷ ହେଲା ଆଇପିଏଲ ଢଙ୍ଗରେ ଏମ୍.ପି.ଏଲ

Odisha Halchal

ଟଙ୍କା ପାଇଁ ଛାତ୍ରୀଙ୍କୁ ଅପହରଣ

Odisha Halchal

Leave a Comment