ଓଡ଼ିଶା ଖବରନ୍ୟୁଜ୍

ଜୀବନ ଯୁଦ୍ଧରେ ହାରିଲେ ଗୌରବ, ୪୦ ଫୁଟ୍ ଗଭିର ବୋରେୱେଲରେ ପଡ଼ି ୪ ବର୍ଷ ଶିଶୁର ମୃତ୍ୟୁ

ଜୀବନ ଯୁଦ୍ଧରେ ହାରିଲେ ଗୌରବ, ୪୦ ଫୁଟ୍ ଗଭିର ବୋରେୱେଲରେ ପଡ଼ି ୪ ବର୍ଷ ଶିଶୁର ମୃତ୍ୟୁ

ଏକ ଖୋଲା ୪୦ ଫୁଟ୍ ଗଭିର ବୋରେୱେଲରେ ପଡିଯିବାରୁ ଚାରି ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରେ। ଡାକ୍ତରଙ୍କ କହିବା ମୁତାବକ ଅଧିକ ସମୟ ପାଣିରେ ବୁଡି ରହିବା ଏବଂ ନିଶ୍ୱାସ ନେବାରେ ଅସମର୍ଥ ହେବା କାରଣରୁ ମୃତ୍ୟୁ ଘଟିଛି।

 

ଖବର ଅନୁସାରେ ଗୁରୁବାର ଉମରିଆ ଜିଲ୍ଲାର ବଡଖଡରେ ଚାରି ବର୍ଷର ଗୌରବ ଏକ ଖୋଲା ବୋରେୱେଲରେ ଖସିପଡିଥିଲା । ଏହା ପରେ ଭୋର ପ୍ରାୟ ୪ଟା ସମୟରେ ଗୌରବକୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେଶନ ଆରମ୍ଭ ହୋଇଥିଲା । ଗୌରବକୁ ଉଦ୍ଧାର କରି ତୁରନ୍ତ କଟନି ଜିଲ୍ଲାର ବରହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ଦେଇଥିବା ସୂଚନା ମୁତାବକ ଶିଶୁଟିର ମୃତ୍ୟୁ ୭ରୁ ୮ଘଣ୍ଟା ପୁର୍ବରୁ ହିଁ ହୋଇଯାଇଥିଲା ।

ସୂଚନା ଅନୁଯାୟୀ ଉମରିଆ ଜିଲ୍ଲାର ବଡ଼ଖଡ଼ରେ ଭୋଲା ଦୁବେଙ୍କ ବିଲରେ ବୋରୱେଲ କାମ କରାଯାଉଥିଲା । ଯୋଉଁଠାରେ ଖାଲ ଖୋଲା ପଡିଥିଲା । ଏହା ପରେ ଭୋଲା ଦୁବେର ଭଣଜା ଗୌରବ ସନ୍ତୋଷ ଦୁବେ ଖେଳିବାକୁ ଯାଇ ସେଠାରେ ଖୋଲା ବୋରୱେଲରେ ପଡ଼ିଯାଇଥିଲେ । କାନ୍ଦିବାର ଶବ୍ଦ ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ ଏବଂ ଗୌରବ ଖାଲରେ ପଡିଯାଇଥିବା ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ-ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ରେସ୍କ୍ୟୁ ଅପରେଶନ ଆରମ୍ଭ ହୋଇଥିଲା ।

ରେସ୍କ୍ୟୁ ଅପରେଶନ ସମୟରେ ଘଟଣାସ୍ଥଳରେ ମେଡିକାଲ ଟିମ୍ ମଧ୍ୟ ଉପସ୍ଥିତ ରହିଥିଲା । ଉଦ୍ଧାର ସମୟରେ ଜେସିବି ମଧ୍ୟ ନିୟୋଜିତ ହୋଇଥିଲା । ଅପରେଶନ ସମୟରେ ବୋରୱେଲ ଭିତରକୁ ଅକ୍ସିଜେନ ମଧ୍ୟ ଛଡାଯାଉଥିଲା । ଶିଶୁଟିକୁ ବଞ୍ଚାଇବା ପାଇଁ ରାଜ୍ୟ ଆପତ୍ତିକାଳିନ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଥିଲା, କିନ୍ତୁ ଏତେ ଚେଷ୍ଟା ପରେ ମଧ୍ୟ ଶିଶୁଟି ବଞ୍ଚିପାରି ନଥିଲା ।

Related posts

ଗଛରେ ପିଟି ହେଲା ବସ୍

Odisha Halchal

ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା

Odisha Halchal

ମହାବିଦ୍ୟାଳୟରେ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ

Odisha Halchal

Leave a Comment