ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ରାୟଗଡା:- (ରିପୋର୍ଟ-ଶିବ ପ୍ରସାଦ ଦଣ୍ଡସେନା )ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ, ରାୟଗଡ, ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଗୁଣପୁର, ଲୋକନାଥ ଦଲାବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲlଲମୋହନ ରାଉତରାୟ,ଆର. କାଳାଇବରଣ,ସହାକାରୀ ବନ ସଂରକ୍ଷକ,ମଣୀମାଳା ଶବର, ଅଧକ୍ଷା,ପଦ୍ମପୁର ପଂଚାୟତ ସମିତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା,ଜିଲ୍ଲା ଯୋଗାଣ ଅଧିକାରୀ, ରମାକାନ୍ତ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାମ ଚନ୍ଦ୍ର ଦାସ, ରାୟଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ,ଗ୍ରାମୀୟ ଜଳଯୋଗାଣ ନିର୍ବାହୀଯନ୍ତ୍ରୀ, ଚିତ୍ତରଞ୍ଜନ ଜେନା, ଜିଲ୍ଲା ପଂଚାୟତ ଅଧିକାରୀ,ରାୟଗଡ,ସୂର୍ଯ୍ୟ ନାରାୟଣ ମହାରଣା, ନିର୍ବାହୀଯନ୍ତ୍ରୀ, ଗ୍ରାମୀୟ ନିର୍ମାଣ ବିଭାଗ, ଗୁଣପୁର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ସୁକାନ୍ତ କୁମାର ପ୍ରଧାନ,ନିର୍ବାହୀଯନ୍ତ୍ରୀ ଉଠା ଜଳସେଚନ ପଏଣ୍ଟ, ଗୁଣପୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାୟଗଡ, ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ, ବସନ୍ତ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ରାୟଗଡ, ଯାଜ୍ଞସେନୀ ବେହେରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ,ଭିକ୍ଟରିଆ କୁଲୁ, ବିଡ଼ିଓ ରୀନା ପ୍ରଧାନ, ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୭୧ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୫୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୪ଗୋଟି ଗ୍ରାମ ବାସୀ ମାନଙ୍କର ଅଭିଯୋଗ ଥିଲା । ୨ଜଣକୁ ୧୦ହଜାର ଟଙ୍କା ଲେଖାଏଁ ମୋଟ ୨୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ l ସେହିପରି ୧୪ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୪୮ବିଦ୍ୟାଳୟକୁ ଆରଓଆର ପଟ୍ଟା ଜିଲ୍ଲା ପାଳ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ଦେଵସିଂ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Related posts

ମଦର ଟେରେସା ସ୍ୱେର୍ଭିସିଙ୍ଗ ସେଣ୍ଟରଙ୍କ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳନ

Odisha Halchal

ସୁବର୍ଣ୍ଣପୁର ବନଖଣ୍ଡରେ ଗଜ ସାଥି କାର୍ଯ୍ୟକ୍ରମ

Odisha Halchal

ହଷ୍ଟେଲର ୱାର୍ଡେନ ମାଡାମଙ୍କ ଶାସ୍ତ୍ର ଜ୍ଞାନ

Odisha Halchal

Leave a Comment