ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ଆଇନସେବା ପ୍ରାଧିକରଣ, ଦିନିକିଆ ତାଲିମ ଶିବିର

ଜିଲ୍ଲା ଆଇନସେବା ପ୍ରାଧିକରଣ, ଦିନିକିଆ ତାଲିମ ଶିବିର

କେନ୍ଦ୍ରାପଡା:-(ରିପୋର୍ଟ -ଶଶିଭୂଷଣ ରାଉତ)  ସରକାର ନିଃସହାୟ ନିରାଶ୍ରୟ ଗରିବ ଖଟିଖିଆ ବା ତିନି ଲକ୍ଷ ତଳକୁ ଥିବା ବାର୍ଷିକ ଆୟ ଲୋକମାନଙ୍କୁ ମାଗଣାରେ ନ୍ଯାୟ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବାପ୍ରାଧିକରଣ ଓ ତାଲୁକ ଆଇନ ସହାୟତା କେନ୍ଦ୍ର ମାନ ସ୍ଥାପନ କରାଯାଇଛି। ଏହାକୁ ପ୍ରଚାର ପ୍ରସାର କରିବା ପାଇଁ ପାରାଲିଗାଲ ଭଲ୍ଯୁଣ୍ଟରମାନ ନିଯୁକ୍ତି ଦିଆଯାଇଛି।

ସେମାନଙ୍କୁ ତାଲିମ ଦେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି,।ପ୍ରକାଶ ଥାଉକି କେନ୍ଦ୍ରାପଡା ଦେୱାନୀ ଅଦାଲତ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ  ଜିଲ୍ଲା ଆଇନ ସେବା ପ୍ରାଧିକରଣ, କେନ୍ଦ୍ରାପଡା ଓ ତାଲୁକ  ଆଇନ ସହାୟତା କେନ୍ଦ୍ର, ପଟ୍ଟାମୁଣ୍ଡାଇ ର ପାରାଲିଗାଲଭଲ୍ଯୁଣ୍ଟର (ପିଏଲଭି ) ମାନଙ୍କର ଦିନିକିଆ ତାଲିମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ତାଲୁକ ସ୍ତରର 12ଜଣ ଓ ଜିଲ୍ଲା ସ୍ତରର 88ଜଣ ସମୁଦାୟ  100ଜଣ  ପିଏଲଭି ଙ୍କୁ  ତିନି ଗୋଟି ବିଷୟ ରେ ତାଲିମ ପ୍ରଦାନ କରାଯାଇଛି l

ପ୍ରଶିକ୍ଷଜ ଭାବେ ପ୍ରାଧିକରଣ ସଚିବ ସଂଗୀତା ପାଣି,ସ୍ବେଛାସେବୀ ମାନଙ୍କ  ଭୂମିକା ଓ କାର୍ଯ୍ୟପରିସରରେ ରହି ଲୋକମାନଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରିବେ ,ଵିଶେଷ କରି ୧୩ ଟି ପଏଣ୍ଟ ଉପରେ ନଜର ଦେଵେ ବୋଲି ପ୍ରଶିକ୍ଷଣ ମତ ରଖିଥିଲେ । ଏବଂ ଡ଼ି ଏସ ଆଇନ ମହାବିଦ୍ୟାଳୟର ଅଧ୍ୟାପକ ରାଜକିଶୋର ମହାନ୍ତି, ସମ୍ବିଧାନ ସମ୍ପର୍କିତ  , ବରିଷ୍ଠ ଆଇନଜୀବୀ ଗୋକୁଳି ରଞ୍ଜନ ଦାସ  ଅପରାଧିକ ଆଇନ ଆଦି  ବିଷୟରେ ପ୍ରଶିକ୍ଷଣ ଦେଇଥିଲେ l

ସର୍ବୋପରି   ଜିଲ୍ଲା ବିଚାରପତି ଗୋପାଳ ଚନ୍ଦ୍ର ବେହେରା  ଉପସ୍ଥିତ ରହି ଶିବିରlର୍ଥୀ  ମାନଙ୍କୁ  ନିଜ ନିଜର  ପରିସର ଭିତରେ ରହି ଆବଶ୍ୟକ ସ୍ଥଳେ  ଆଇନ ସଚେତନ କରାଇବା ସହିତ ଆଇନ ଗତ ସହାୟତା ଦେବାକୁ ପରାମର୍ଶ ଦେଇଥିଲେ l

Related posts

ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

Odisha Halchal

ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ଅଭିନେତା ଗୋବିନ୍ଦା

Odisha Halchal

ଜଗନ୍ନାଥ ମନ୍ଦିରରୁ ଚୋରି, ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Odisha Halchal

Leave a Comment