ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲାର ଉନ୍ନତି ନିମନ୍ତେ ଆରମ୍ଭ ହେଲା ଭିଜନ ନବରଙ୍ଗପୁର

ଜିଲ୍ଲାର ଉନ୍ନତି ନିମନ୍ତେ ଆରମ୍ଭ ହେଲା ଭିଜନ ନବରଙ୍ଗପୁର

ନବରଙ୍ଗପୁର :-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ)ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସକାଶେ ଏକ ବିକାଶ ମୂଳକ ଚିନ୍ତାଧାରା କୁ ନେଇ ଆରମ୍ଭ ହୋଇଛି “ଭିଜନ ନବରଙ୍ଗପୁର ” l ଆଜିର ଏହି କାର୍ଯ୍ୟକ୍ରମ କୁ ନବରଙ୍ଗପୁର ସହର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ସହରର ବୁଦ୍ଧିଜୀବୀ, ଶିକ୍ଷକ, ଚାଷୀ, ବ୍ୟବସାୟୀ ଓ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମ କରିବାର ଉଧେଶ୍ୟ ହେଲା ଜିଲ୍ଲା କୁ ଆଜି ଯାଏ ସମସ୍ତେ ସବୁବେଳେ ଜିରୋ ଡିସଟ୍ରିକ୍ଟ ବୋଲି ହିଁ ପରିଚୟ ଦେଇ ଚାଲିଛନ୍ତି ହେଲେ ଆଜି ମଧ୍ୟ ଆମେ ଓ ଆମ ଜିଲ୍ଲା ପଛୁଆ ହେବାର କାରଣ ଖୋଜା ଯିବା ସହ ବୁଦ୍ଧିଜୀବୀ ଙ୍କ ମତ ଜିଲ୍ଲାପାଳ ଙ୍କ ଆଗରେ ଉପସ୍ଥାପନା କରା ଯାଇଥିଲା l ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଅନ୍ୟାନ୍ୟ ମୌଳିକ ସୁବିଧା ଆଜି ମଧ୍ୟ ଅପହଞ୍ଚ ହୋଇଛି ନବରଙ୍ଗପୁର ଜିଲ୍ଲା ରେ l ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭର କରୁଥିବା ବେଳେ ଚାଷୀ ଙ୍କ ପାଇଁ କିଛି ସୁବିଧା ନାହିଁ l

ଧାନ, ମକା ଓ ଆଖୁ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜିଲ୍ଲା ରେ ଆଜି ଯାଏ କଳାକାରଖାନା ଟିଏ ସ୍ଥାପନ ହୋଇ ପାରିନାହିଁ l ଶିକ୍ଷା, ସ୍ୱାସ୍ଥ୍ୟ କଥା ନ କହିବା ଭଲ l ଦୁର ସ୍ଥାନକୁ ଯିବା ପାଇଁ ସରକାରୀ ବସ ଟିଏ ମଧ୍ୟ ଜିଲ୍ଲା ରୁ ଯାଉନାହିଁ ଯଦ୍ୱାରା ପ୍ରାଇଭେଟ ବସ ଉପରେ ସମସ୍ତେ ନିର୍ଭର କରି ଆସୁଛନ୍ତି l ଜିଲ୍ଲା ରେ ଡାକ୍ତର ଅଭାବ ରହିଛି ତାହା ମଧ୍ୟ ସମାଧାନ ହୋଇ ପାରୁ ନାହିଁ l ଏ ସମସ୍ତ ବିଷୟ ପ୍ରତି ବୁଦ୍ଧିଜୀବୀ ମାନେ ନିଜ ନିଜ ମତ ରଖିଥିଲେ ପ୍ରଶାସନ ପାଖରେ ଏବଂ ପ୍ରଶାସନ ମଧ୍ୟ ସେମାନଙ୍କ ଦାବି କୁ ଶୁଣି ଆଗାମୀ ଦିନ ରେ ପୂରଣ କରିବାର ପ୍ରତିଶୃତି ଦେଇଥିଲେ l

ଆଜିର ଆଲୋଚନା ପ୍ରକୃତ ରେ ଯଦି କିଛି ଫଳପ୍ରଦ ହୁଏ ତାହେଲେ ନବରଙ୍ଗପୁର ର ଚିତ୍ର ଆଗାମୀ ଦିନ ରେ ନିଶ୍ଚୟ ବଦଳିବ ବୋଲି ସାଧାରଣ ରେ ମତ ବ୍ୟକ୍ତ କରୁଥିବା ବେଳେ ପ୍ରଶାସନ କେବେ ଜିଲ୍ଲା ର ଉନ୍ନତି ପାଇଁ ତତ୍ପରତା ଦେଖାଉଛି ତାହା ହିଁ ଦେଖିବାକୁ ବାକି ରହିଲା l

Related posts

ସ୍ବାଭିମାନ ଅଞ୍ଚଳରୁ ଠାବ ହେଲା ମାଓ ଡମ୍ପ

Odisha Halchal

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

Odisha Halchal

ଚୀନ୍‌ରେ ବୁଲେଟ୍ ଟ୍ରେନ ଲାଇନଚ୍ୟୁତ, ଚାଳକଙ୍କ ସମେତ ୭ ମୃତ

Odisha Halchal

Leave a Comment