ଓଡ଼ିଶା ଖବରଖେଳନ୍ୟୁଜ୍

ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳୀ ଚିହ୍ନଟ କାର୍ଯ୍ୟକ୍ରମ

ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳୀ ଚିହ୍ନଟ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର:- (ରିପୋର୍ଟ-ମଣ୍ଟୁମନ୍ତ୍ରା )ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ରାଜ୍ୟରେ ଖେଳ ଓ ଖେଳାଳୀ ତଥା କ୍ରୀଡା ଭିତିଭୂମି କୁ ଗରୁତ୍ବ ପ୍ରଦାନ ପୂର୍ବକ ଅନେକ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି l ରାଜ୍ୟ ର କୋଣ ଅନୁକୋଣ ରେ ଲୁଚିରହିଥିବା ପ୍ରତିଭା ସମ୍ପନ୍ନ ଖେଳପ୍ରେମୀ ଯୁବକ ଯୁବତୀ କୁ ଭବିଷ୍ୟତ ରେ ଏକ ପ୍ରଶସ୍ତ ମାର୍ଗ ଦେବା ସହ ସଫଳ ଖେଳାଳୀ କରିବା ଉଦେଶ୍ୟ ନେଇ ପ୍ରତିଭା ସମ୍ପନ୍ନ ଖେଳାଳୀ ତଥା କ୍ରୀଡାବିତ ଙ୍କୁ ଚି଼ହ୍ନଟ ନିମନ୍ତେ ବିଭଗର ପ୍ରଚେଷ୍ଟାରେ ଚି଼ହ୍ନଟ ଶିବିର ତଥା ଖେଳ ଆନୁସଙ୍ଗିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି l

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ତା 0୩/0୬/୨୨ ରିଖରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଭା ସମ୍ପନ୍ନ ହକି ଖେଳାଳୀ ଚି଼ହ୍ନଟ ନିମନ୍ତେ ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣାପାଲି ଓ ସଦରମହକୁମା ସ୍ଥିତ ଗାନ୍ଧୀ ପଡିଆ ଠାରେ ହକି ଖେଳାଳୀ ଚି଼ହ୍ନଟ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଓଡିଶା ନୋଭାଲ ଟାଟା ହକି ର ତୃଣମୂଳ ସ୍ତରୀୟ ଖେଳ ସଂଯୋଜକ ଶ୍ରୀ -ଶେଖର ଚନ୍ଦ୍ର ବେହେରା,ଜିଲ୍ଲା ପରିଦର୍ଶନରେ ଆସି ଦକ୍ଷିଣାପାଲି ଖେଳ ପଡିଆ ଓ ସୋନପୁର ଗାନ୍ଧୀ ପଡିଆ ଠାରେ ଜିଲ୍ଲା କ୍ରୀଡା ଓ ଯୁବ ସେବା ବିଭଗ ତରଫରୁ ଆୟୋଜିତ ଯୁବକ ଯୁବତୀ ତଥା ମୋ ସ୍କୁଲ ହକି କ୍ଳବ ର ଛାତ୍ର ଛାତ୍ରୀ ଙ୍କୁ ନେଇ କରାଯାଇଥିବା ହକି ଖେଳ କୁ ପରିଦର୍ଶନ କରିବା ସହିତ ପ୍ରତିଭାବାନ ହକି ଖେଳାଳୀ ଙ୍କୁ ଚି଼ହ୍ନଟ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି l

ଜିଲ୍ଲା କ୍ରୀଡା ଓ ଯୁବ ସେବା ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଭାବାନ ହକି ଖେଳାଳୀ ଚି଼ହ୍ନଟ କାର୍ଯ୍ୟକ୍ରମରେ, ସିଣ୍ଡୋଲ ସରପଞ୍ଚ ଶ୍ରୀ ପ୍ରଦୀପ ଦେହୁରୀ, ହକି କୋଚ ମାର୍କୋସ ଟପ୍ପନୋ , ହକି କୋଚ କୁଲଦୀପ ମିଞ୍ଜ, ଖେଳ ଶିକ୍ଷକ ମହମ୍ମଦ କଲିମ, ପି ଇ ଟି ରଘୁନାଥ ଥନାପତି,ଖେଳ ପ୍ରଶିକ୍ଷକ ସୁବାଷ ଚନ୍ଦ୍ର ବାରିକ,ବିଭଗୀୟ କର୍ମଚାରୀ ଦୁଃଖିଶ୍ୟାମ ସେଠୀ ତଥା ଅଂଚଳର ଖେଳ ପ୍ରେମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମସ୍ତ ସହଯୋଗ କରିଥିଲେ l ଖେଳାଳୀ ଚି଼ହ୍ନଟ ନିମନ୍ତେ ଆୟୋଜିତ ହକି ଖେଳରେ ଦକ୍ଷିଣାପାଲି ତଥା ଜିଲ୍ଲାର ହକି ଖେଳରେ ରୁଚି ଥିବା ଯୁବକ ଯୁବତୀ, ଓ ମହାରାଜା ଉଚ୍ଚବିଦ୍ୟାଳୟ ସୋନପୁର ର ମୋ ସ୍କୁଲ ହକି କ୍ଳବର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l

Related posts

ମହାକାଳପଡାରେ ଫୁଟିଲା ଗୁଳି, ଗୋଟିଏ ପରିବାରର ୩ ଜଣ ଗୁରୁତର

Odisha Halchal

ଆଉ କାହାକୁ ଆଧାର କାର୍ଡ ଦେଉଥିଲେ ସାବଧାନ, ସତର୍କ କରାଇଲା କେନ୍ଦ୍ର

Odisha Halchal

ମହୁଲଡିହା ଥାନା ଏଏସ୍‌ଆଇ ନିଲମ୍ବିତ

Odisha Halchal

Leave a Comment