ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

ଖପ୍ରାଖୋଲ:-(ରିପୋର୍ଟ -ଅଭିନାଶ ବିଶ୍ୱାଳ )ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଙ୍କ ଯୁଗ୍ମ ଜନଶୁଣାଣୀ ଏବଂ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଉଛି। ଏହି ଅବସରରେ ବ୍ଲକ ର ବିଭିନ୍ନ ଗ୍ରାମରୁ ୧୦୨ ଟି ଅଭିଯୋଗ ର ଶୁଣାଣି ହୋଇଥିଲା ।

ଏଥି ମଧ୍ୟରୁ ୯୦ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୧୨ ଟି ଶୁଣାଣି ର ତତ୍ କାଲ ସମାଧାନ ହୋଇଥିବା ଜଣାଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା , ଡି ଆର ଡି ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ , ଜି ଏମ ଡି ଆଇ ସି ବି ପି ଦାସ , ଜିଲ୍ଲା ମସ୍ୟ ଅଧିକାରୀ ଗଜେନ୍ଦ୍ର ପ୍ରଧାନ , ବଲାଙ୍ଗିର ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ର , ଜଙ୍ଗଲ ବିଭାଗ ଏ ସି ଏଫ୍ ବାବାଜୀ ଚରଣ ରାଉଳ , ପୂର୍ତ୍ତ ବିଭାଗ ଏ ସି ଶୁକଦେବ ମାହାଲି , ଅବକାରୀ ଅଧିକ୍ଷକ ନାରାୟଣ ମେହେର , ଡିପିଇଓ ପ୍ରଶାନ୍ତ ଶତପଥୀ , ପାଟଣାଗଡ ଉପଜିଲ୍ଲପାଳ ବିଜୟା ନନ୍ଦ ସେଠି , ଏସଡିପିଓ ଜୋତିର୍ମୟ ଭୁକ୍ତା , ବିଡ଼ିଓ ରଶ୍ମି ରଞ୍ଜନ ରାଉତ , ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପୁରୋହି , ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର , ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ , ଥାନା ଅଧିକାରୀ ରମାକାନ୍ତ ସାହୁ ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ସମେତ ଜିଲ୍ଲା ,ଉପଖଣ୍ଡ, ଓ ବ୍ଲକସ୍ତର ର ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ ।

କୋଭିଡ କଟକଣା ଯୋଗଁ ଦୀର୍ଘ ଅଢେଇ ବର୍ଷ ଧରି ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣୀ ବନ୍ଦ ରହିଥିବା ବେଳେ ଏହା ସୋମବାର ଆରମ୍ଭ ହୋଇଛି , ପ୍ରବଳ ଖରାରେ ମଧ୍ୟ ଶହ ଶହ ଲୋକ ଅଭିଯୋଗ ପାଇଁ ବ୍ଲକ କାର୍ଯ୍ୟଳୟ କୁ ଆସିଥିଲେ ।

Related posts

ଡିଲ୍ ବେଳେ ମାଡି ବସିଲା ପୋଲିସ, କଳରାପତରିଆ ବାଘ ଛାଲ ସହ ୩ ଗିରଫ

Odisha Halchal

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

Odisha Halchal

ସୀମାକୁ ବାରମ୍ୱାର ଡ୍ରୋନ ପଠାଉଛି ପାକିସ୍ତାନ

Odisha Halchal

Leave a Comment