ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି ସୁପ୍ରିମକୋର୍ଟ

ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି। ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସେ କହିଛନ୍ତି ଯେ, ଭାରତ ହେଉଛି ସଂଘୀୟ ବ୍ୟବସ୍ଥାର ଦେଶ। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତାବିକେନ୍ଦ୍ରୀ କରଣ ହୋଇ ଅଧିକାର ନ୍ୟସ୍ତ ହୋଇଛି।

ଦ୍ରବ୍ୟ ଓ ସେବା କରକୁ ନେଇ ମଧ୍ୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ନିଜସ୍ୱ କ୍ଷମତା ଉପଯୋଗ ନେଇ ସାମ୍ବିଧାନିକ ଅଧିକାର ରହିଛି। ତେଣୁ ଜିଏସଟି ପରିଷଦ ପରାର୍ଶ ଦେଇ ପାରିବ ସତ କିନ୍ତୁ ଏହାକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି ।ଜିଏସଟି ସମ୍ପର୍କିତ ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ବୁଝାମଣା କରିପାରିବେ ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଟ୍ୟାକ୍ସକୁ ନେଇ ଧାରା ୨୪୬ ଅନୁଯାୟୀ ଉଭୟ ସଂସଦ ଏବଂ ରାଜ୍ୟ ବିଧାନ ସଭାର ସମାନ କ୍ଷମତା ରହିଛି। ତେବେ ଧାରା ୨୭୯ ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରିବେ ନାହିଁ। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଉଭୟଙ୍କ ସହଭାଗିତା ଜରୁରୀ ବୋଲି କୋର୍ଟ କହିଛନ୍ତି। ଏହି ରାୟର ସବିଷଶେଷ ରିପୋର୍ଟ ଆସନ୍ତାକାଲି ସୁପ୍ରିମକୋର୍ଟ ୱେବସାଇଟରେ ପ୍ରକାଶ ପାଇବ।

Related posts

ନାବାଳିକାକୁ ପ୍ରେମିକର ଅପହରଣ

Odisha Halchal

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି(ଦିଶା) ବୈଠକ

Odisha Halchal

ଯୌତୁକ ଦାବୀକରି ବଧୂହତ୍ୟା ଅଭିଯୋଗ

Odisha Halchal

Leave a Comment