ଦେଶ ବିଦେଶନ୍ୟୁଜ୍

ଜର୍ମାନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ଆଜିର ଭାରତ ସଂକଳ୍ପ ନେଇ ଆଗକୁ ଅଗ୍ରସର ହେଉଛି

ଜର୍ମାନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ଆଜିର ଭାରତ ସଂକଳ୍ପ ନେଇ ଆଗକୁ ଅଗ୍ରସର ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ରାଜଧାନୀ ବର୍ଲିନରେ ଭାରତୀୟମାନଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିକାଶକୁ ଗତି ମିଳିବାକୁ ନେଇ ଲୋକାଲ ଫର ଭୋକାଲ, ଷ୍ଟାର୍ଟଅପ୍‌, ଡିବିଟି ସହିତ ଧାରା ୩୭୦ ହଟାଇବା ସହିତ ସରକାରଙ୍କ ଅଭିଜ୍ଞତା ସଂପର୍କରେ ଚର୍ଚ୍ଚା କରିଛନ୍ତି । ସେ ‘ବସୁଧୈବ କୁଟୁମ୍ବକମ୍‌’ର ବାର୍ତ୍ତା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ‘ଭାରତ ମାତା କି ଜୟ’ ସହିତ ନିଜର ସମ୍ବୋଧନ ଆରମ୍ଭ କରିଥିଲେ ଏବଂ ଜର୍ମାନୀରେ ରହୁଥିବା ଭାରତୀୟଙ୍କୁ ଭେଟିବା ଅବସରରେ ଏହାକୁ ନିଜର ସୌଭାଗ୍ୟ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜର୍ମାନୀକୁ ପୂର୍ବରୁ ମଧ୍ୟ ଆସିଛି । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ଭେଟିଛି । ଏଠାରେ ଯୁବପିଢ଼ିର ଲୋକ ଅଧିକ, ଯେଉଁଥି ପାଇଁ ଉତ୍ସାହ ଅଧିକ । ଯଦିଓ ଜର୍ମାନୀରେ ଭାରତୀୟଙ୍କ ସଂଖ୍ୟା କମ୍‌, ତଥାପି ଆପଣମାନଙ୍କ ଉତ୍ସାହ କମ୍ ହୋଇନାହିଁ । ଏହି ଦୃଶ୍ୟ ଯେତେବେଳେ ଦେଖନ୍ତି, ସେମାନଙ୍କ ମନରେ ଗର୍ବ ଅନୁଭବ ହୋଇଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ କୋଟି କୋଟି ଭାରତୀୟଙ୍କ କଥା କହିବା, ସେମାନେ କେବଳ ଭାରତରେ ରହୁଥିବା ଲୋକ ନାହିଁ, ଏଥିରେ ଆପଣମାନେ ମଧ୍ୟ ସାମିଲ ଅଛନ୍ତି । ସେ କହିଛନ୍ତି ଯେ, ଏକବିଂଶ ଶତାଦ୍ଦୀର ଏହି ସମୟ ଭାରତ ପାଇଁ, ଆମେ ଭାରତୀୟମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜିର ଭାରତ ମନ କରିନେଇଛି, ସଂକଳ୍ପ ନେଇ ଆଗକୁ ବଢୁଛି । ଆପଣମାନେ ମଧ୍ୟ ଜାଣନ୍ତି ଯେ, ଯେତେବେଳେ କୌଣସି ଦେଶ ମନ କରିନିଏ, ସେହି ଦେଶ ନୂଆ ରାସ୍ତାରେ ବି ଚାଲେ । ଆଶାକୁ ପୂରା କରିବା ଦିଗରେ କାମ କରିଥାଏ ।

Related posts

ବିପୁଳ ମାତ୍ରାରେ କଫସିରଫ ଓ ନିଶା ବଟିକା ଜବତ

Odisha Halchal

୨୦୨୪ ସୁଦ୍ଧା ମାଲକାନଗିରିରି ଉଡିବ ବିମାନ

Odisha Halchal

ଅଜଣା ଡମ୍ଫର ଧକ୍କାରେ ଦମ୍ପତି ମୃତ

Odisha Halchal

Leave a Comment