ଅପରାଧଦେଶ ବିଦେଶନ୍ୟୁଜ୍

ଜମ୍ମୁ କଶ୍ମୀର ସୁରକ୍ଷା ନେଇ ବୈଠକ ଡାକିଲେ ଅମିତ ଶାହ

ଜମ୍ମୁ କଶ୍ମୀର ସୁରକ୍ଷା ନେଇ ବୈଠକ ଡାକିଲେ ଅମିତ ଶାହ

ଜମ୍ମୁ କଶ୍ମୀରର ସୁରକ୍ଷା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜରୁରୀକାଳନୀ ବୈଠକ ଡାକିଛନ୍ତି । ଏହି ବୈଠକରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଓ ଏନ୍‌ଏସ୍‌ଏ ଉପସ୍ଥିତ ରହିବେ । ଜମ୍ମୁ କଶ୍ମୀରରେ ଦେଖାଯାଇଥିବା ସ୍ଥିତିକୁ ନେଇ ଅମିତ ଶାହ ଏହି ବୈଠକ ଡାକିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଏବେ ଆତଙ୍କବାଦୀମାନେ ରକ୍ତମୁଖା ହୋଇଛନ୍ତି । ସେମାନେ କେବଳ କଶ୍ମୀର ପଣ୍ଡିତଙ୍କୁ ନୁହେଁ ବରଂ ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି । ଗୁରୁବାର ବଡ଼ଗାମରେ ଇଟାଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ପ୍ରବାସୀ ଶ୍ରମିକଙ୍କୁ ଶ୍ରୀନଗରସ୍ଥିତ ଏସ୍‌ଏମ୍‌ଏଚ୍‌ଏସ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରେ ବଡଗାମର ମଗରେପୋରା ଅଞ୍ଚଳରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଜୀବନ ହାରିଥିବା ପ୍ରବାସୀ ଶ୍ରମିକଙ୍କ ନାମ ଦିଲଖୁସ ବୋଲି ଜଣାପଡ଼ିଥିଲା । ସେ ବିହାର ନିବାସୀ ଥିଲେ ଏବଂ ଗୁରତର ବ୍ୟକ୍ତିଙ୍କର ନାମ ରାଜନ, ଯିଏକ ପଂଜାବ ନିବାସୀ ଥିଲେ ।

ଆତଙ୍କବାଦୀ ଗତିବିଧି ଯୋଗୁଁ ଘାଟିରେ କଶ୍ମୀର ପଣ୍ଡିତମାନେ ଅଧିକ ଭୟ କରିଛନ୍ତି । ସେମାନେ କିଛି ମାସ ପୂର୍ବରୁ ଘାଟିକୁ ଫେରିଥିଲେ । କିନ୍ତୁ ଏବେ ପୁଣି ଘାଟିରୁ ପଳାୟନ କରିବାକୁ ଚିନ୍ତା କରୁଛନ୍ତି ।

Related posts

ବାବୁସାନ ତାଙ୍କ ପରିବାର ଓ ଶ୍ୱଶୁରଙ୍କ ଗହଣରେ ଜନ୍ମଦିନ ପାଳିଲେ

Odisha Halchal

ପୋଲିସ ଦ୍ୱାରା ଉଦ୍ଧାର ଦାଦନ ଶ୍ରମିକ ଉଦ୍ଧାର

Odisha Halchal

ବେଡ୍‌ରୁ ଉଠି ନୂଆ ଗୀତ ଗାଇଲେ କାଚା ବାଦାମ ଫେମ୍‌ ଭୁବନ

Odisha Halchal

Leave a Comment