Sunday, October 2, 2022
Homeଅପରାଧଜନ୍ମ ସମୟରେ ଦାନ୍ତ ଉଠିଥିଲା ବୋଲି କୁକୁର ସହ ଶିଶୁକନ୍ୟାକୁ କରିଦେଲେ ବିବାହ

ଜନ୍ମ ସମୟରେ ଦାନ୍ତ ଉଠିଥିଲା ବୋଲି କୁକୁର ସହ ଶିଶୁକନ୍ୟାକୁ କରିଦେଲେ ବିବାହ

ଜନ୍ମ ସମୟରେ ଦାନ୍ତ ଉଠିଥିଲା ବୋଲି କୁକୁର ସହିତ ଏକ ଶିଶୁକନ୍ୟାର ବିବାହ କରାଯାଇଛି । ଗତକାଲି ସାରା ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଗୋଟିଏ ପଟେ ସମସ୍ତେ ମହିଳାଙ୍କ ଯଷଗାନ କରାଯାଉଛି, ନାରୀ ସଶକ୍ତିକରଣ ଏବଂ ବାଲ୍ୟ ବିବାହ ରୋକିବାକୁ ବିଭିନ୍ନ ଅଭିଯାନ କରାଯାଉଛି । ତେବେ ଏହି ସମୟରେ ଗତକାଲି ଢେଙ୍କାନାଳ ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକରୁ ଜଣେ ନାବାଳିକାଙ୍କୁ ନେଇ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି ।

ଜନ୍ମ ସମୟରେ ମାଢିରେ ଦାନ୍ତ ଉଠିଥିବାରୁ ଅନ୍ଧବିଶ୍ୱାସ ଏବଂ ଶିଶୁର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ୧୦ ବର୍ଷର ଶିଶୁକନ୍ୟାର ଏକ କୁକୁର ସହତ ବିବାହ କରିଦିଆଯାଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜଣାପଡିଛି ଯେ ପ୍ରତିବର୍ଷ ଏହିପରି ଘଟଣା ଘଟୁଛି । ଖବର ମୁତାବକ ଜିଲ୍ଲା ଶିଶୁ ସୁରକ୍ଷାପାଖରେ ଏହି ଘଟଣା ବିଷୟରେ ସୂଚନା ଥିଲେ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ଆନ୍ତରିକତା ପ୍ରକାଶ ପାଉନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର