ଓଡ଼ିଶା ଖବରନ୍ୟୁଜ୍ଭିଡିଓ

ଜଙ୍ଗଲ ନିଆଁ ର ଭୟ ଓ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ମୁହାଁ ଭାଲୁ

ଜଙ୍ଗଲ ନିଆଁ ର ଭୟ ଓ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ମୁହାଁ ଭାଲୁ

ନବରଙ୍ଗପୁର :-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ )ଜଙ୍ଗଲ ନିଆଁ ର ଭୟ ଓ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ମୁହାଁ ଭାଲୁ ।
ଭାଲୁ ଖାଦ୍ୟ ଅନ୍ବେଷଣ ର ବିକଳ ଚିତ୍ର । ଗାଁ ଡ୍ରେନ ରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ଭାଲୁ । ଭାଲୁ ଙ୍କୁ ଘାରିଲା ଖାଦ୍ୟ ଅନ୍ବେଷଣ ଚିନ୍ତା । ବର୍ତ୍ତମାନ ଗାଁ ମୁହାଁ ଭାଲୁ । ଗାଁ ପାଲଟିଛି ସୁରକ୍ଷିତ ଆଶ୍ରୟ ସ୍ଥଳୀ ।

ଆଉ ଡ୍ରେନ ରେ ଥିବା ଆବର୍ଜନା ପାଲଟିଛି ଖାଦ୍ୟ । ଭାଲୁ ଖାଦ୍ୟ ଅନ୍ବେଷଣ ର ବିକଳ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଜିଲ୍ଲାର ଜଙ୍ଗଲ ରେ ଖାଦ୍ୟ ନ ପାଇ କିଛିଦିନ ହେଲା ରାତି ରେ ଖାଦ୍ୟ ଅନ୍ବେଷଣରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ସଲପା ଗାଁକୁ ତିନୋଟି ଭାଲୁ ଆସୁଥିବା ଦେଖିବାକୁ ମିଳିଛି ।

ଭାଲୁ ଗୁଡିକ ଗାଁ ଡ୍ରେନ ଓ ଘର ବାହାରେ ପଡୁଥିବା ଅଳିଆ ଆବର୍ଜନାରୁ ଖାଦ୍ୟ ଖୋଜି ଖାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ଏମାନେ କାହାର କିଛି କ୍ଷତି କରି ନଥିଲେ ହେଁ ଲୋକେ ଭୟଭୀତ ହୋଇ ରହୁଛନ୍ତି ।

ବ୍ଳକର ଜଙ୍ଗଲ ଗୁଡିକରେ ଭାଲୁ ଖାଇବାକୁ ନପାଇ ପ୍ରାୟ ପ୍ରତିଦିନ ଗାଁ ମୁହାଁ ହେଉଛନ୍ତି । ଏବେ ଖରା ବଢିଯାଇଥିବାରୁ ଜଙ୍ଗଲଗୁଡିକରେ ନିଆଁ ମଧ୍ୟ ଦେଖିବାକୁ ମିଳୁଛି । ନିଆଁକୁ ଡରି ଭାଲୁ ଓ ଅନ୍ୟ ଜୀବଜନ୍ତୁ ଗାଁ ମୁହାଁ ହେଉଥିବା ମଧ୍ୟ ଜଣାପଡିଛି ।

Related posts

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

Odisha Halchal

ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ହାତୀ

Odisha Halchal

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ

Odisha Halchal

Leave a Comment