19 C
Bhubaneswar
Saturday, December 5, 2020
No menu items!
Home ମୁଖ୍ୟ ଖବର ବିଶେଷ ଖବର ଛେଳି ଗୁହାଳରେ ନକଲି ଡାକ୍ତର ର ଙ୍କ ସ୍ୱାସ୍ଥ୍ୟ ସେବା

ଛେଳି ଗୁହାଳରେ ନକଲି ଡାକ୍ତର ର ଙ୍କ ସ୍ୱାସ୍ଥ୍ୟ ସେବା

କଳାହାଣ୍ଡି:ମ ରାମପୁର ବ୍ଲକ ର ଅଁଳାତରା,ଗୋଛା ଡେଂଗେନ,ବୋର ଭଟା ,ପଣ୍ଡା ପଦର ମୋହନଗିରି ଆଦି ବିଭିନ୍ନ ଦୁର୍ଗମ ଅଞ୍ଚଳ ମାନଙ୍କରେ ଅଣ ଓଡିଆ ନକଲି ବଙ୍ଗାଳି ଡାକ୍ତର ମାନେ ପଙ୍ଗପାଳ ଭଳି ମାଡ଼ି ଆସୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ବିରଳ ଦୃଶ୍ୟ ମ ରାମପୁର ବ୍ଲକ ଅଧୀନସ୍ଥ ବୋର ଭଟା ଗ୍ରାମରେ ଆଦର୍ଶ ସ୍ୱାସ୍ଥ୍ୟ କେନ୍ଦ୍ର ପରିବର୍ତ୍ତେ ଆଦର୍ଶ ଛେଳି ଗୁହାଳରେ ସ୍ୱାସ୍ଥ୍ୟ ସେବା ଚଳାଇଛନ୍ତି ।ନକଲି ଡାକ୍ତର ସପନ ମଣ୍ଡଳ ଏବଂ ବେଆଇନ ଭାବରେ ଗଛିତ ରଖିଛନ୍ତି ଲକ୍ଷ୍ୟାଧିକ ଟଙ୍କାର ଏଲୋପାଥିକ ଔଷଧ ଏପଟେ ସରକାର ବର୍ତ୍ତମାନ କରୋନା ମୁକାବିଲା ଭଳି ଜଟିଳ ସମୟରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଯିବା ପାଇଁ ଭୟ କରୁଥିବା ବେଳେ ଏହାର ଭରପୁର ଫାଇଦା ଉଠାଉଛନ୍ତି ନକଲି ଚିକିତ୍ସକ ମାନେ ନା ଅଛି ଏମାନଙ୍କ ପାଖରେ ମେଡିକାଲ ପାଠର ସାର୍ଟିଫିକେଟ ନା ଅଛି ଚିକିତ୍ସା କେନ୍ଦ୍ର ର ପଞ୍ଜିକରଣ ଖୋଲାଖୋଲି ଅବାଧରେ ଚାଲିଛି କାରବାର ସ୍ୱାସ୍ଥ୍ୟ ବିଭାଗ ଓ ଡ୍ରଗ ଇନିସ୍ପେକ୍ଟର ଜାଣିଶୁଣି ନିରବ ରହୁଥିବା ସାଧାରଣରେ ଅଭିଯୋଗ ହେଉଛି। କାରଣ ପ୍ରତ୍ୟେକ ପଞ୍ଚାୟତ ରେ ସରକାର ଙ୍କ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ଅଛନ୍ତି ସେମାନେ କେମିତି ଜାଣୁ ନାହାନ୍ତି ଓ ସୂଚନା ଦେଉନାହାନ୍ତି ତାଙ୍କ ଉପରିସ୍ଥ ଅଧିକାରୀ ମାନଙ୍କୁ ଉକ୍ତ ଅନଭିଜ୍ଞ ଡାକ୍ତର ମାନେ ନିରୀହ ଲୋକମାନଙ୍କୁ ଅତି ନିମ୍ନ ମାନର ଔଷଧ ଦେଇ ଚିକିତ୍ସା କରି ବହୁ ଚଢା ଦରରେ ଟଙ୍କା ନେଉଥିବା ସାଧାରଣ ରେ ଅଭିଯୋଗ ହେଉଛି। କିନ୍ତୁ ସରକାର ଙ୍କ କାଡାକଡି କଟକଣା ପରେ ମଧ୍ୟ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳ ମାନଙ୍କରେ ନିଜକୁ ଡାକ୍ତର ପରିଚୟ ଦେଇ ଅନଭିଜ୍ଞ ଚିକିତ୍ସକ ମାନେ କେତେ ଯେ ଧନ ଜୀବନ ନଷ୍ଟ କରୁଥିବେ ତାହା କିଏ କହିବ ।ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦେଇ ନକଲି ଚିକିତ୍ସକ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments