ଓଡ଼ିଶା ଖବରନ୍ୟୁଜ୍

ଚିଲିକାରେ ଚାଲିଲା ଭସାପୋଲ, ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଦରିଆରେ ଯାଇଥିଲା ଅଟକି

ଚିଲିକାରେ ଚାଲିଲା ଭସାପୋଲ, ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଦରିଆରେ ଯାଇଥିଲା ଅଟକି

ଯାନ୍ତ୍ରିକ ତୃଟି କାରଣରୁ ଚିଲିକା ମଝିରେ ଅଟକିଥିବା ଯାତ୍ରିବାହୀ ଭସାପୋଲ ପୁଣି ଚାଲିଲା । ଭସାପୋଲରେ ଥିଲେ ୬୦ରୁ ଅଧିକ ଯାତ୍ରୀ । ୫ଟି ଚାରି ଚକିଆ ଯାନ ଓ ୨୦ ରୁ ଅଧିକ ବାଇକ ମଧ୍ୟ ଥିଲା ।

ସାତପଡ଼ା ଠାରୁ ଦିନ ୨ଟା ସମୟରେ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ବାହାରିଥିଲା ଭସାପୋଲ ।ଯାହା ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ମଝି ଚିଲିକାରେ ଫସି ରହିଥିଲା ଯାତ୍ରୀବାହୀ ଭସାପୋଲ ।

ଖବର ପାଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରୀ ମାନେ ପହଁଚିଥିଲେ ଭସାପୋଲ ମରାମତି କରିବାକୁ । ମରାମତି କରିବାପରେ ପୁଣିଥରେ ଚାଲିଥିଲା । ଏବେ ଏହା ଜହ୍ନିକଦା ଘାଟରେ ପହଂଚିଛି ।

Related posts

ଜୁଆ ଆଡ୍ଡା ଉପରେ ଚଡାଉ

Odisha Halchal

ଉଠାଦୋକାନୀ ପକ୍ଷରୁ ଦୋକାନ ବନ୍ଦ

Odisha Halchal

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡି ଦିଆଯାଇଥିବା ସନ୍ଦେହ

Odisha Halchal

Leave a Comment