ଅପରାଧଓଡ଼ିଶା ଖବରନ୍ୟୁଜ୍

ଚିତା ବାଘ ଚମଡା ଚୋରା ଚାଲାଣ ବେଳେ ଚଢାଉ

ଚିତା ବାଘ ଚମଡା ଚୋରା ଚାଲାଣ ବେଳେ ଚଢାଉ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବନକ୍ଷେତ୍ର ରେ ଚିତା ବାଘ ଚମଡା ଚୋରା ଚାଲାଣ ବେଳେ ଚଢାଉ କରି ବାଘ ଚମଡା,ବାଇକ୍ ସହ ଝରିଗାଁ ଥାନା ଅନ୍ତର୍ଗତ ବେଲଗାଁ ର ଅନ୍ତ ପନକା ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି ଉମରକୋଟ ବନ ବିଭାଗ। ଏହି ଚଢାଉ ରେ ଉମରକୋଟ, ଡାବୂଗାଁ ଓ ରାଇଘର ର ତିନୋଟି ଟିମ୍ ଗଠନ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଉମରକୋଟ ବାନଞ୍ଚଳ ଅଧିକାରୀ।

ରାଇଘର ବ୍ଲକ କିରାପାଣି ଗ୍ରାମରୁ ଏକ ବାଘ ଚମଡ଼ା ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ ଗଠନ ହୋଇଥିଲା ସେମେଳା ‌ଠାରେ ବାଘ ଚମଡ଼ା ସହ ଅନ୍ତ ପନକା ଙ୍କୁ କାବୁ କରିଥିଲେ। ଏହି ସମ୍ପର୍କରେ ଏକ ୱାଲ୍ଡି ଲାଇଫ ପ୍ରଟକେସନ ଏକ୍ଟ ରେ କେସ ନମ୍ବର ୫୭/୨୨-୨୩ ରେ ଏକ ମାମଲା ରୁଜ୍ଜୁ କରାଯାଇଛି ।

ଏବଂ ବନ୍ୟ ଜନ୍ତୁ ଆକ୍ଟ ୧୯୭୨ ର ଧାରା ୨,୯,୩୯,୪୦,୪୮ ଓ ପେନାଲ ୫୧ ଲଗା ଯାଇଛି। ଏହି ବାଘ ଛାଲ ଚାଲାଣ ରେ ଅନ୍ୟ କେଉଁ ମାନେ ସଂପୃ୍ତ ରହିଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।

Related posts

ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟାଙ୍କି ନିର୍ମାଣକୁ ବିରୋଧ କଲେ ଛାତ୍ର ଛାତ୍ରୀ

Odisha Halchal

ଇଞ୍ଜେକସନ ନେଇ ବିଗିଡ଼ିଲା ସ୍ୱାସ୍ଥ୍ୟ, ଭଲ ନ ହୋଇ ଥରିଲେ ୨୧ ରୋଗୀ

Odisha Halchal

ଅଚେତ ଅବସ୍ଥାରେ ନାବାଳିକା କଲେଜ ଛାତ୍ରୀ ଉଦ୍ଧାର

Odisha Halchal

Leave a Comment