19 C
Bhubaneswar
Friday, December 4, 2020
No menu items!
Home ମନୋରଂଜନ ଘରୁ ବିଦା କରିବାକୁ ହେଉଛି ଷଡଯନ୍ତ୍ର: ବର୍ଷା

ଘରୁ ବିଦା କରିବାକୁ ହେଉଛି ଷଡଯନ୍ତ୍ର: ବର୍ଷା

କଟକ: ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ଓଲିଉଡ କ୍ୱିନ ବର୍ଷା। ଏହି ବିବାଦ ବର୍ଷା ଓ ତାଙ୍କ ଶାଶୂଙ୍କୁନେଇ ଦେଖାଦେଇଛି। ଉଭୟଙ୍କ ପରସ୍ପର ବିରୋଧୀ ମନ୍ତବ୍ୟ ଏବେ ପୁରୀଘାଟ ଥାନାରେ ଉଠିଛି। ଫଳରେ, ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କ ଶାଶୂ ତଥା ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ଅନୁଭବଙ୍କ ପରିବାର ଲୋକେ ତାଙ୍କୁ ଘରୁ ବାହାର କରି ଦେବାକୁ ଷଡଯନ୍ତ୍ର କରୁଛନ୍ତି। ଏଥିସହ ଘରୁ ବହାରିଯିବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି। ପାଇପ୍ କାମ ଏବଂ ସ୍ୱରେଜ୍ ଟାଙ୍କି କାମ ଭଳି ଘରର କିଛି ମରାମତି କାମର ଆଳ ଦେଖାଇ ତାଙ୍କୁ ଶାଶୂଘର ଛାଡିବାକୁ କୁହାଯାଉଛି ବୋଲି ବର୍ଷା ଅଭିଯୋଗରେ ଦର୍ଶାଇଛନ୍ତି। କିନ୍ତୁ ଶାଶୂଘର ବ୍ୟତୀତ ତାଙ୍କର ଆଉ କେଉଁଠି ରହିବାର ବ୍ୟବସ୍ଥା ନାହିଁ ବୋଲି ବର୍ଷା ଦର୍ଶାଇଛନ୍ତି। ଏଥିସହ କଟକ ଏସଡିଜେଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଶାଶୂଘରେ ରହିବା କଥା ବୋଲି ସେ ଯୁକ୍ତି ରଖିଛନ୍ତି।

ପୋଲିସଠାରୁ ସୁରକ୍ଷା ମଧ୍ୟ ଲୋଡିଛନ୍ତି। ସାଂସଦଙ୍କ ପତ୍ନୀ ହିସାବରେ ସେ ତାଙ୍କର ରହଣୀର ବ୍ୟବସ୍ଥା କରିପାରୁ ନଥିବା ଯୁକ୍ତି ରଖିଛନ୍ତି। ଏଥିସହ ପୁରୀଘାଟ ଥାନାରେ ବର୍ଷାଙ୍କ ପକ୍ଷରୁ ଆଉ ଏକ ମାମଲା ରୁଜୁ ହୋଇଛି। ତାଙ୍କ ପାଖକୁ ଆସିଥିବା ଏକ ବେନାମୀ ଚିଠିକୁ ନେଇ ଏହି ମାମଲା ରୁଜୁ କରାଯାଇଛି। ଉକ୍ତ ଚିଠିରେ ତାଙ୍କ ଚରିତ୍ର ସଂହାର କରାଯିବା ସହ ଧମକ ଚମକ  ଦିଆଯାଇଥିବା ସେ ଏତଲାରେ ଉଲେଖ କରିଛନ୍ତି।

ଅନ୍ୟପଟେ ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି ପାଲଟା ଏତଲା କରି ଦର୍ଶାଇଛନ୍ତି ଯେ ଘର ମରାମତି ପାଇଁ ବଡ଼ବୋହୂ ବର୍ଷାଙ୍କୁ ଘର ଛାଡିବାର ଆବଶ୍ୟକତା ରହିଛି। ୬୦ ବର୍ଷର ପୁରୁଣା ଘରର ସ୍ୱରେଜ ଟାଙ୍କି ଏବଂ ପାଇପ୍ ଆଦି କାମ ପାଇଁ ୧୦ ଦିନ ବର୍ଷାଙ୍କୁ ଘର ଛାଡିବାକୁ ସେ ଅନୁରୋଧ କରିଛନ୍ତି। କିନ୍ତୁ ସେ ଶୁଣୁନଥିବା ଅଭିଯୋଗ କରି ମଧୁସ୍ମିତା ମହାନ୍ତି ପୋଲିସକୁ ଘଟଣାସ୍ଥଳକୁ ଆସି ତାଙ୍କ ଅଭିଯୋଗର ଯଥାର୍ଥ ଯାଞ୍ଚ ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଉଭୟ ପକ୍ଷରୁ ଏତଲା ଗ୍ରହଣ କରିବା ପରେ ପୁରୀଘାଟ ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments