ଓଡ଼ିଶା ଖବରନ୍ୟୁଜ୍

ଗ୍ୟାସ ସିଲିଣ୍ଡର ଫାଟି ଘର ଛିନଛତ୍ର, ୨ ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ଘର ଛିନଛତ୍ର, ୨ ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ଛିନଛତ୍ର ହୋଇଗଲା ଘର । ଉଡ଼ିଗଲା ଛାତ । ଭୁଶୁଡ଼ିଗଲା କାନ୍ଥ । ଏପରି ଅଘଟଣ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଦେବରାଜ ନାୟକଙ୍କ ଘରେ ଘଟିଥିବା ବେଳେ ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି।
ଦେବରାଜ ନାୟକ କମର୍ସିଆଲ ସିଲିଣ୍ଡର ଆଣି ବିଭିନ୍ନ ହୋଟେଲକୁ ବିକ୍ରି କରିଥାନ୍ତି।

୨ଟି ଅଲଗା ରୁମ୍‌ରେ ସେ ପ୍ରାୟ ୬୬ଟି ସିଲିଣ୍ଡର ରଖିଥିଲେ। ଆଜି ସକାଳ ପ୍ରାୟ ୧୧ଟା ବେଳେ ଦେବରାଜ ଗ୍ୟାସ୍‌ ରହୁଥିବା ରୁମ୍‌ର କବାଟ ଖୋଲି ଇଲେକ୍ଟ୍ରି ସୁଇଚ ଅନ୍‌ କରିଦେଇଥିଲେ। ଫଳରେ ହଠାତ୍‌ ବିସ୍ଫୋରଣ ହୋଇ କାନ୍ଥ ଭାଙ୍ଗିଯିବା ସହ ଛାତ ବି ଉଡ଼ି ଯାଇଥିଲା।

ଏହି ଦୁର୍ଘଟଣାରେ ଦେବରାଜ ନାୟକଙ୍କ ସମେତ ଅଶୋକ ନାୟକ ନାମକ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଉକ୍ତ ଘରେ ଦେବରାଜଙ୍କ ପରିବାର ରହୁଥିବା ବେଳେ ସେମାନେ ସକାଳେ ବାହାରେ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

Related posts

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ,କୋହଳ ହେଲା ନିୟମ

Odisha Halchal

ଧାନଖରୀରେ ଲାଗିଲା ନିଆଁ

Odisha Halchal

ସାପଧରାଳି ମିର୍ଜାଙ୍କୁ ନେଇ ସବୁଠି ଚର୍ଚ୍ଚା

Odisha Halchal

Leave a Comment