ଓଡ଼ିଶା ଖବରନ୍ୟୁଜ୍

ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ

ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ

ନୟାଗଡ:-(ରିପୋର୍ଟ-ପ୍ରସାନ୍ତ କୁମାର ହୋତା)ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ଥିଲା ବେଳେ ମଧ୍ୟଖଣ୍ଡ ପଂଚାୟତ ରେ ପାଣି ପାଇଁ ଡହଳ ବିକଳ,
ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ପଂଚାୟତ ରେ ଜଳ ଯୋଗାଣ ପ୍ରବଳ ମାତ୍ରାରେ ଅତିଷ୍ଟ କରି ଦେଇଛି, ବିଗତ ଦିନରେ ସରକାର ବସୁଧା ଯୋଜନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ୨ଟି ପାଣି ଟାଂକି କରିଛନ୍ତି।

କିନ୍ତୁ ଏହାର ଠିକିରେ ପରିଚାଳନା ନକରିବାରୁ ଆଜି ମଧ୍ୟଖଣ୍ଡ ର ୧୪ଟି ୱାର୍ଡ ର ଜନସାଧାରଣ ପାଣି ଟିକିଏ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି, କିନ୍ତୁ ଗତ ୨ବର୍ଷ ହେଲା ସରକାର ଙ୍କ ତରଫ ରୁ ଏକ ସୌର ଚାଳିତ ପମ୍ପ ଏବଂ ଟାଙ୍କୀ ତିଆରି ହୋଇଥିଲେ ବି ଏହିଭଳି କାମ ହୋଇଛି ଯେ ଦିନେ ହେଲେ ଲୋକ ପାଣି ପାଇଁ ନାହାନ୍ତି, କିନ୍ତୁ ସେ ଭାଙ୍ଗି ରୁଜି ମୁକୁଳା ପଡ଼ିଛି।

କିନ୍ତୁ ମଧ୍ୟଖଣ୍ଡ ଗ୍ରାମରେ ୧୪ଟି ୱାଡ଼ ରେ ପାଇପ୍ ପୋଷ୍ଟ ର ଅଭାବ ନାହିଁ କିନ୍ତୁ ପାଣି ଟୋପାଏ ପାଇବା ପାଇଁ ଯେଉଭଳି ଚାତକ ପକ୍ଷୀ ଆକାଶକୁ ଅନାଇବା ଭଳି ମଧ୍ୟଖଣ୍ଡ ଲୋକ ଚାହିଁ ରହିଛନ୍ତି ସେହିଭଳି ମଧ୍ୟଖଣ୍ଡର ୧,୨,୩,୪ ନମ୍ବର ୱାର୍ଡର ଲୋକମାନେ ଆଜକୁ ୨ବର୍ଷ ହେଲା ପାଣି ଟୋପାଏ ପାଉନାହାନ୍ତି, କାରଣ ସେ ଜିଆଇ ପାଣି ପାଇପ ଭାଙ୍ଗି ରୁଜି ମୁକୁଳା ପଡ଼ିଛି, ଜନ ସାଧାରଣ rwss କୁ ଜଣାଇଲେ ବି ବାବୁ ମାନେ ଆସି ଦେଖି ପତିଶୃତି ଦେଇ ଯାଉଛନ୍ତି କିନ୍ତୁ କାମ ହେଉନାହିଁ।

ଏହା ବିଷୟରେ ନୂତନ ସରପଞ୍ଚ ଦାୟିତ୍ୱରେ ଥିବା ସସ୍ମିତା ପ୍ରଧାନ ଙ୍କୁ ପଚାରିବାରୁ ସେ କହିଲେ, ଏବେ ମୁଁ ୨ମାସହେଲା ନିର୍ବାଚିତ ହୋଇ ଆସିଛି ଗତ ୫ବର୍ଷ ପାଇପ୍ ଲାଇନିର କିଛି କାମ ହୋଇ ନାହି, ସେଥିପାଇଁ ଏହିଭଳି ଅସୁବିଧା ହୋଇଛି, ସେଥିପାଇଁ ମୁଁ RWSS ରେ କଥା ହୋଇ ସାରିଛି, ୧ନମ୍ବର ବସୁଧ୍ୟା ଯୋଜନାରେ ହୋଇଥିବା ମୋଟର ଟି ପୋଡ଼ି ନଷ୍ଟ ହୋଇଯାଇଛି ତାହା ରିପେୟାର ପାଇଁ ଦିଆ ଯାଇଛି ଏବଂ ୧,୨,୩, ୪ନମ୍ବର ୱାର୍ଡ ର କାମ ପାଇଁ ବିଲ ହୋଇଯାଇଛି, ଅଳପ ଦିନ ରେ ସେ କାର୍ଯ୍ୟ ହୋଇଯିବ, ଦେଖିବାକୁ ବାକି ଅଛି ମଧ୍ୟଖଣ୍ଡ ର ଜନସାଧାରଣ କେବେ ପାଣି ପାଉଛନ୍ତି।

Related posts

ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ

Odisha Halchal

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋକଡ୍ରିଲ

Odisha Halchal

Y M C କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଲେ ଅଭିନେତ୍ରୀ ଓ ରାଜନେତା

Odisha Halchal

Leave a Comment