ଦେଶ ବିଦେଶନ୍ୟୁଜ୍

ଗ୍ରାହକଙ୍କ ପାଇଁ ଖୁସି ଖବର, ଚଳିତ ମାସରୁ ଆରମ୍ଭ ହେବ 5G ସେବା

ଗ୍ରାହକଙ୍କ ପାଇଁ ଖୁସି ଖବର, ଚଳିତ ମାସରୁ ଆରମ୍ଭ ହେବ 5G ସେବା

ଏୟାରଟେଲ୍ ଗ୍ରାହକଙ୍କ ପାଇଁ ବଡ ଖୁସି ଖବର। ଆପଣଙ୍କୁ ଚଳିତ ମାସର ଶେଷ ସୁଦ୍ଧା ୫ଜି ଇଣ୍ଟରନେଟ୍ ସ୍ପିଡ୍ ମିଳିବା ଆରମ୍ଭ ହୋଇଯିବ। କମ୍ପାନୀ ସ୍ପଷ୍ଟ କରି ଦେଇଛି ଯେ, ଅଗଷ୍ଟ ମାସ ସରିବା ପୂର୍ବରୁ ନିଜର ୫ଜି ସେବା ଆରମ୍ଭ କରିଦେବ। ଏୟାରଟେଲ୍ ୫ଜି ସର୍ଭିସ ଆରମ୍ଭ କରିବା ପାଇଁ ଏରିକ୍ସନ, ନୋକିଆ ଏବଂ ସାମସଙ୍ଗକୁ ନିଜର ନେଟଓ୍ଵର୍କ ପାର୍ଟନର କରିଛି। ଏହି ତିନି କମ୍ପାନୀ ସହିତ ଏୟାରଟେଲ୍ ୫ଜି ମୋବାଇଲ ଏବଂ ଉପକରଣ ଯୋଗାଣ ପାଇଁ ୧୯,୭୫୦ କୋଟି ଟଙ୍କାର ଚୁକ୍ତିନାମା କରିଛି। ଏୟାରଟେଲ୍ ୫ଜି ସ୍ପେକ୍ଟ୍ରମ ନିଲାମରେ 900MHz, 1800MHz, 2100MHz, 3300MHz ଏବଂ 26GHz ଫ୍ରିକ୍ଵେନ୍ସିରେ 19867.8MHz ସ୍ପେକ୍ଟ୍ରମକୁ କିଣିବାରେ ସଫଳ ହୋଇଛି।

ଏହି ସହରର ଗ୍ରାହକଙ୍କୁ ପ୍ରଥମେ ମିଳିବ ୫ଜି ସ୍ପିଡ୍

ପ୍ରାରମ୍ଭିକ ପର‌୍ୟ୍ୟାୟରେ ଏୟାରଟେଲ୍ ନିଜର ୫ଜି ସେବାକୁ ବଡ ମେଟ୍ରୋ ସହର ଏବଂ କିଛି ବଡ ବଡ ସହରରେ ଆରମ୍ଭ କରିପାରେ। କୁହାଯାଉଛି କମ୍ପାନୀ ନିଜର ୩୦ ହଜାରରୁ ଅଧିକ ସାଇଟ୍ସକୁ ଏରିକ୍ସନ, ନୋକିଆ ଏବଂ ସାମସଙ୍ଗରେ ମିଳିବାକୁ ଥିବା ୫ଜି ମୋବାଇଲକୁ ଅପଗ୍ରେଡ୍ କରିବ। ରିପୋର୍ଟ ଅନୁଯାୟୀ, ଏୟାରଟେଲର ୫ଜି ସେବା ସର୍ବ ପ୍ରଥମେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଆଉ କିଛି ଅନ୍ୟ ବଡ ସହରର ଗ୍ରାହକଙ୍କୁ ମିଳିବ। ଏହି ବିଷୟରେ କମ୍ପାନୀ ଆଗାମୀ ସମୟରେ ଅଧିକ ସୂଚନା ପ୍ରଦାନ କରିବ।

ଏୟାରଟେଲ୍ ନିଜର ପ୍ରେସ ବିଜ୍ଞପ୍ତିରେ କହିଛି, ଆମକୁ ଏହା ଘୋଷଣା କରି ଖୁସି ଲାଗୁଛି ଯେ, ଏୟାରଟେଲ୍ ଅଗଷ୍ଟ ମାସରେ ନିଜର ୫ଜି ସେବା ଆରମ୍ଭ କରିବ। ଆମର ନେଟଓ୍ଵର୍କ ଚୁକ୍ତିନାମା ଚୂଡାନ୍ତ ହୋଇ ସାରିଛି। ଏୟାରଟେଲ୍ ସମଗ୍ର ଦୁନିଆର ଶୀର୍ଷ ଟେକ୍ନୋଲୋଜି ପାର୍ଟନରଙ୍କ ସହ କାମ କରିବ। ଯଦ୍ଵାରା ଗ୍ରାହକଙ୍କୁ ୫ଜି କନେକ୍ଟିଭିଟିର ପୂରା ଫାଇଦା ମିଳି ପାରିବ। ରିଲିଜରେ କମ୍ପାନୀ କହିଛି, ଅନେକ ପାର୍ଟନର ଥିବାରୁ ଏୟାରଟେଲ୍ ୫ଜି ସେବା ଅଲଟ୍ରା ହାଇ ସ୍ପିଡ୍, ଲୋ ଲେଟେନ୍ସି ଏବଂ ବଡ ଡାଟାକୁ ସଠିକ୍ ଢଙ୍ଗରେ ପରିଚାଳନା କରି ପାରିବ। ଯାହା ଫଳରେ ଗ୍ରାହକଙ୍କୁ ୫ଜି ସ୍ପିଡର ଦମଦାର ଅନୁଭୂତି ଦିଆଯାଇ ପାରିବ।

Related posts

ସାପ କାମୁଡ଼ାରେ ଦୁଇ ଝିଅଙ୍କ ଜୀବନ

Odisha Halchal

ଗୁମା ଘାଟିରେ ମର୍ମାନ୍ତୁଦ ଦୁର୍ଘଟଣା

Odisha Halchal

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

Odisha Halchal

Leave a Comment