ଓଡ଼ିଶା ଖବରନ୍ୟୁଜ୍

ଗ୍ରାମାଞ୍ଚଳ କୁ କାହିଁକ ଡାକ୍ତର ମାନଙ୍କ ଘୃଣା ଭାବ

ଗ୍ରାମାଞ୍ଚଳ କୁ କାହିଁକ ଡାକ୍ତର ମାନଙ୍କ ଘୃଣା ଭାବ

ବାଲେଶ୍ୱର:- (ରିପୋର୍ଟ-ସୌରଭ ରାଉଳ)ଗାଁ ରେ ଜନ୍ମ ସହର କୁ ପ୍ରେମ ଗ୍ରାମାଞ୍ଚଳ କୁ କାହିଁକ ଡାକ୍ତର ମାନଙ୍କ ଘୃଣା ଭାବ ? ସହର ରେ ଚାକିରୀ କରିବୁ କିନ୍ତୁ ଗାଁ ନୁହେଁ! ଗାଁ ମାଟି କୁ ଭୁଲି ଯାଉଛନ୍ତି କି ଡାକ୍ତର ବାବୁ ମାନେ ନା ଗ୍ରାମାଞ୍ଚଳ ରେ ମିଳୁ ନାହଁ ଉତ୍ତମ ସୁବିଧା ସୁଯୋଗ ।

ଯୋଉଁ ଗାଁ ମାଟି ରେ ଜନ୍ମ ହୋଇ ଛୋଟ ରୁ ବଡ଼ ହୋଇ ଆଜି ସାହେବ ହୋଇଛନ୍ତି ସେହି ଗାଁ ପ୍ରତି ଏତେ ଘୃଣା ଭାବ କଣ ପାଇଁ ? କଣ ଥାଇ ପାରେ କାରଣ? ସମସ୍ୟା ରେ ଘାଣ୍ଟି ହେଉଥିବା ଗାଁ ଲୋକ ଙ୍କ କଥା କଣ ମନେ ପଡୁନି ସାହେବ ଙ୍କ ନା ଆଉ କିଛି
ସୂଚନା ମୁତାବକ ଭୋଗରାଇ ଅଂଚଳ ବହୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେଇଥିଲେ ମଧ୍ୟ କୌଣସି ଡାକ୍ତର ଙ୍କ ନିଯୁକ୍ତି ନାହଁ ।

ସେଥିପାଇଁ ଭିତ୍ତି ଭୂମିର ବିକାଶ ହେଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଡାକ୍ତର ପଦବୀ ଖାଲି ପଡିଛି!କଥାରେ ଅଛି ଯେମିତି ମନ୍ଦିର ରହି ଠାକୁର ନରହିଲେ ତାହାକୁ ମନ୍ଦିର କୁହାଯାଏ ନାହିଁ ସେହି ପରି ଅବସ୍ଥା ହେଉଛନ୍ତି ବିଭିନ୍ନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବାବଦରେ ଆମେ ଆଜି କିଛି ସମାଜସେବୀ ଏବଂ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଙ୍କ ପ୍ରତିକ୍ରିୟା ନେବାରୁ ସେମାନେ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ।

ଯେ ଗ୍ରାମାଞ୍ଚଳ ରେ ଉତ୍ତମ ସୁବିଧା ସଯୋଗ ନମିଳିବାରୁ ଡାକ୍ତର ମାନେ ନିଯୁକ୍ତି ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି ହେଲେ ଏଠାରେ ବଡ଼ ପ୍ରଶ୍ନ ଉଠୁଛି କାହିଁକ ସରକାର ଙ୍କ ନିଯୁକ୍ତି ଦେଲେ ମଧ୍ୟ ଡାକ୍ତର ମାନେ କାହିଁକି ନିଯୁକ୍ତି ହେଉନାହାନ୍ତି କାହିଁକି ସରକାର ଙ୍କ କଥା ମାନୁ ନାହାନ୍ତି ଖାଲି ଦେଖିବାକୁ ବାକି ରହିଲା କେବେ ଡାକ୍ତର ପଦବୀ ପୂରଣ ହେଉଛି ।

Related posts

ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି : ନିୟନ୍ତ୍ରଣରେ ରହିବ ରକ୍ତଚାପ, ମିଳିବ ଅନେକ ଫାଇଦା

Odisha Halchal

କାର୍ତ୍ତିକପୁର୍ଣିମା ଅବସରରେ ଶ୍ରୀକୃଷ୍ଣ ରାସଲୀଳା ଓ ରାହାସ କୀର୍ତ୍ତନ

Odisha Halchal

ବାଇକ କୁ ଧକ୍କା ଦେଲା ହାଇୱା, ଜଣେ ମୃତ ଦୁଇ ଗୁରୁତର

Odisha Halchal

Leave a Comment