ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ସିଏମସିର ଅଚାନକ ଚଢାଉ

ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ସିଏମସିର ଅଚାନକ ଚଢାଉ

ଗୁପଚୁପ୍ ପ୍ରସ୍ତୁତିକୁ ନେଇ ବାରମ୍ବାର ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାପରେ ଏବେ ଆକ୍ସନ ମୁଡ଼୍ କୁ ଆସିଛି ସିଏମସି । କଟକରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତ ହେଉଥିବାର ଅଭିଯୋଗ ହେବାପରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ସିଏମସି ।

ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ଆଜି ସକାଳେ ସିଏମସି ଅଚାନକ ଚଢାଉ କରିଛି ।ଏକାଧିକ ସ୍ଥାନରେ ବାସୀ ଆଳୁ,ପିଆଜ ଚିହ୍ନଟ କରାଯାଇଛି ।ଏପରିକି ବହୁତ ଦିନ ତଳର ଗୁପଚୁପ୍ ଖୋଳ ସିଏମସି କର୍ମଚାରୀଙ୍କ ହାତରେ ଲାଗିଥିବାରୁ ସବୁ ଫୋପଡ଼ା ଯାଇଛି ।

ଏପରିକି ଅନେକ ଦିନର ଖଟାପାଣି ରଖିଥିବା ସୁଚନା ମିଳିଛି । ତେବେ ପୁର୍ବରୁ ମଧ୍ୟ ଗୋଡ଼ରେ ଆଳୁ ଚୁକଡ଼ିବା ଭିଡ଼ିଓ ହେଉ ଅବା ଅପରିଷ୍କାର ହାତରେ ଲୋକଙ୍କୁ ଗୁପଚୁପ୍ ଖାଇବାକୁ ଦେବା ଭିଡ଼ିଓ ଭାଇରାଲ ହୋଇଥିଲା

Related posts

ନଦୀରେ ଜାଲ ପକାଉଥିବା ବେଳେ କୁମ୍ଭୀର ଝାମ୍ଫି ନେଲା

Odisha Halchal

ମୃଦୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Odisha Halchal

ବିଶ୍ୱବିଦ୍ୟାଳୟର କୂଳପତିଙ୍କ ନାଁରେ ଏତଲା

Odisha Halchal

Leave a Comment