ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଟକିଲା ଅଧାରାସ୍ତାରେ

ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଟକିଲା ଅଧାରାସ୍ତାରେ

ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନ୍‌ର ପେଣ୍ଟ୍ରିକାର୍‌ରେ ନିଆଁ ଲାଗିଛି । ମହାରାଷ୍ଟ୍ର ନନ୍ଦୁରବାର ଷ୍ଟେସନରେ ନିକଟରେ ଘଟିଛି ଘଟଣା । ଅଗ୍ନିଶମ ବାହିନୀ ପକ୍ଷରରୁ ନିଆଁ ଲିଭା କାର୍ଯ୍ୟ ଜାରି ।

ଖବର ଅନୁଯାୟୀ, ଶନିବାର ଦିନ ଗାନ୍ଧୀଧାମରୁ ପୁରୀ ଆସୁଥିବଲା ୧୨୯୯୩ ନମ୍ବର ଯୁକ୍ତ ଟ୍ରେନ୍‌ । ମହାରାଷ୍ଟ୍ର ନନ୍ଦୁରାବର ଷ୍ଟେସନ୍‌ ନିକଟରେ ଗାନ୍ଧିଧାମ୍‌-ପୁରୀ ଏକ୍ସପ୍ରେସ୍‌ରେ ହଠାତ୍‌ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଟ୍ରେନ୍‌କୁ ଅଟକାଯାଇଥିଲା ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛି ।

ତେବେ ଟ୍ରେନ୍‌ର ପେଣ୍ଟ୍ରିକାର୍‌ରେ ନିଆଁ ଲାଗିଥିବାର ସୂଚନା ମିଳିଥିଲା । ଫଳରେ କିଛି ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି । ନିଆଁ ଲାଗିବା ପରେ ତୁରନ୍ତ ପେଣ୍ଟ୍ରିକାର୍‌ ବଗିକୁ ଟ୍ରେନ୍‌ରୁ ଅଲଗା କରାଯାଇଛି । ପେଣ୍ଟ୍ରିକାର୍‌ରେ ନିଆଁ କେମିତି ଲାଗିଲା । ସେନେଇ ଛାନ୍‌ଭିନ୍‌ ଆରମ୍ଭ ହୋଇଛି । ଏବେ ଯାଏଁ କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ପେଣ୍ଟ୍ରିକାର୍‌ରେ ଅଗ୍ନିକାଣ୍ଡ ରେଳବାଇ ପକ୍ଷରୁ ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରାଯାଉଛି ।

Related posts

୧୨ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ

Odisha Halchal

ଜାତୀୟ ରାଜପଥରେ ଚୋରା ତେଲ ବେପାର

Odisha Halchal

ଖଜୁରିଆ ଗ୍ରାମରୁ ୪ କେଜି ୭ଶହ ଗଞ୍ଜେଇ ଜବତ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ମହିଳା ଗିରଫ

Odisha Halchal

Leave a Comment