ଅପରାଧଓଡ଼ିଶା ଖବରନ୍ୟୁଜ୍

ଗାଡ଼ି ଚଢ଼ାଇ ଜଣଙ୍କୁ ମାରି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଗାଡ଼ି ଚଢ଼ାଇ ଜଣଙ୍କୁ ମାରି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡି ଚଢାଇ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥିସହିତ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାପରେ ଉତ୍ୟକ୍ତ ଲୋକେ ପ୍ରଶାନ୍ତ ଜଗଦେବଙ୍କୁ ମାଡମାରି ଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେହିପରି ତାଙ୍କ ଗାଡିକୁ ମଧ୍ୟ ଭାଙ୍ଗିଦେଇଛନ୍ତି ଲୋକେ
ଆଜି ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରିରହିଛି ।

ଏହି ସମୟରେ ସେଠାରେ ଶହଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିଧାୟକ ବ୍ଲକ ପରିସରକୁ ଗାଡି ନେଇ ଧସେଇ ପଶିଥିଲେ। ଏପରିକି ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ। ଫଳରେ ଜଣେ ମହିଳାଙ୍କ ସମେତ ୩ଜଣ ଗୁରୁତ ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ ମାରିଥିଲେ।

ଗାଡ଼ି ଚଢ଼ାଇ ଜଣଙ୍କୁ ମାରି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜନତାଙ୍କ ଆକ୍ରମଣରେ ବିଧାୟକ ଲହୁଲୁହାଣ
ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ଏହା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ସାଧାରଣ ଜନତା । ତାଙ୍କୁ ଏବେ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋକେ ବିଧାୟକଙ୍କ ଉପରେ ଆକ୍ରମଣ କରିବା ସହିତ ତାଙ୍କର ଗାଡ଼ିକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ଯାଉଥିବା ସମୟରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ ବ୍ଲକ ଭିତରେ ଥିବା ଗହଳି ଭିତରକୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜେ ଗାଡ଼ି ଚଲାଇ ଯାଇଥିଲେ । ଏହି ସମୟରେ ସେ ଗହଳିରେ ଥିବା ଲୋକଙ୍କ ଉପରେ ଦୃତ ଗତିରେ ଗାଡ଼ି ଚଢାଇ ଦେଇଥିଲେ । ଏଥିରେ ୫ରୁ ୭ ଜଣ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଗୁରୁତ୍ତର ଅବସ୍ଥାରେ ମେଡିକାରେ ଭର୍ତ୍ତି ହୋଇଥିବା ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।

ଏପରିକି ବିଧାୟକଙ୍କ ଗାଡ଼ି ଆଗରେ କିଛି ପୋଲିସ ଆସିବାରୁ ଦୁଇରୁ ୩ ଜଣ ପୋଲିସ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ କହିଛନ୍ତି ଯେ ବିଧାୟକଙ୍କ ଗାଡ଼ି ତଳେ ଦୁଇ ଜଣ ପୋଲିସ ଚାପି ହୋଇ ରହିଯାଇଥିଲେ । ଏହା ପରେ ସେଠାରେ ଥିବା ଲୋକେ ପୋଲିସ ଗାଡ଼ିକୁ ଓଲଟାଇ ସେମାନଙ୍କୁ ଉଦ୍ଧାର କରିଥିଲେ ।

ଏହି ଘଟଣା ପରେ ଉତ୍ୟକ୍ତ ଜନତା ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ବିଧାୟକ ଲହୁଲୁହାଣ ହୋଇଥିବା ଜଣା ପଡିଛି । ଘଟଣା ସ୍ଥଳରେ ଏବେ ପୋଲିସ ଫୋର୍ସ ପହଁଞ୍ଚି ସ୍ଥିତି ଆୟତକୁ ଆଣିବାକୁ ଚେଷ୍ଟା କରୁଛି ।

Related posts

ପ୍ରେମ ପାଇଁ ସ୍ୱାମୀ ହେଲା ତୁଚ୍ଛ

Odisha Halchal

ଦୀପିକା ନା ପ୍ରିୟଙ୍କା ? ଜାଣନ୍ତୁ ‘କ୍ୟାପେଟନ୍‌ ମାର୍ଭଲ୍‌’ ପାଇଁ କାହାକୁ ବାଛିଲେ ରୁସୋ ବ୍ରଦର୍ସ

Odisha Halchal

ପୁଣି ଜରିମାନା ଗଣିବ ଗୁଗଲ୍‌, ସପ୍ତାହରେ ଦୁଇ ଥର ଗଣିଲାଣି ଦୁଇ ହଜାର କୋଟି

Odisha Halchal

Leave a Comment