27.1 C
Bhubaneswar
Wednesday, July 28, 2021
No menu items!
Home ଏକ୍ସକ୍ଲୁସିଭ୍ ଭିଡ଼ିଓ ଗରିବ ଲୋକ ଏବେ ପାଇ ପାରିବେ ଭୁ ଅଧିକାର

ଗରିବ ଲୋକ ଏବେ ପାଇ ପାରିବେ ଭୁ ଅଧିକାର

ରାୟଗଡା :-13/10/2020(ରିପୋର୍ଟ-କାଁହୁଚରଣ ପାଢ଼ୀ)ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରେ ସହରାଞ୍ଚଳ ବସ୍ତି ବାସିନ୍ଦା ଙ୍କ ମନରେ ଭରି ଦେଇଛି ଖୁସି ।

ଜାଗା ଖଣ୍ଡେ ଯୋଗାଡ କରିବା ପାଇଁ ହୀନସ୍ତା ଭୋଗୁଥିବା ଗରୀବ ଲୋକଟିଏ ଏବେ ପାଇ ପାରିବେ ଭୁ ଅଧିକାର । ବସ୍ତିବାସିନ୍ଦା ଙ୍କୁ ମିଳିଲା ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ।

ଗୁଣୁପୁର ପୌର ପରିଷଦ ପକ୍ଷରୁ ଆଜି ଏଠାକାର 17 ଟି ବସ୍ତିରେ ବସବାସ କରୁଥିବା 934 ଜଣ ବାସିନ୍ଦାଙ୍କୁ ଚିହ୍ନଟ କରି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।

ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଉପଜିଲ୍ଲାପାଳ ସୋନାଲ ଜେନା ଉପସ୍ଥିତ ରହି ବସ୍ତି ବାସିନ୍ଦାଙ୍କ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ସରକାର ଦୃଷ୍ଟି ଦେଉଥିବା ପ୍ରକାଶ କରିଥିଲେ । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ, ଦେବୀ ଆଚାର୍ଯ୍ୟ , ଦେବୀ ବାଉରୀ, କାହ୍ନୁ ଚରଣ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ବ୍ୟାଙ୍କ ବୁଡିଗଲେ ୯୦ ଦିନ ମଧ୍ୟରେ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ଟଙ୍କା ପାଇବେ ଜମାକାରୀ

କେନ୍ଦ୍ର କ୍ୟାବିନେଟ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ବିଲ୍ ୨୦୨୧କୁ ପାସ୍ କରିଛନ୍ତି । ଯାହା ଦ୍ୱାରା ଏହି ଆଇନ ଅଧୀନରେ ଥିବା ବ୍ୟାଙ୍କଗୁଡିକ ବୁଡିଗଲେ ଜମାକାରୀମାନେ ୯୦ ଦିନ...

ଚିର ନିଦ୍ରାରେ ଗଣମାଧ୍ୟମ ଜଗତର ଶତାୟୁ ପୁରୁଷ ଗୋଲଖ ସୂତାର

କଟକ:-(ରିପୋର୍ଟ - ତୁଷାର ଜ୍ୟୋତି ନାୟକ)ରାଜ୍ୟର ଜଣେ ଖ୍ୟାତନାମା ସାମ୍ବାଦିକ, ଯଶସ୍ବୀ ପୁରୁଷ, ଗ୍ରାମାଞ୍ଚଳର ପତ୍ରକାର ମାନଙ୍କପାଇଁ ଗଣମାଧ୍ୟମର ଗୁରୁତ୍ୱକୁ ବ୍ୟାପକ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଥିବା ବର୍ଷିୟାନ ସାମ୍ବାଦିକ ଗୋଲଖ...

ସାମ୍ବାଦିକକୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ଦୃଢ଼ ନିନ୍ଦାକଲେ ଗଣମାଧ୍ୟମ ପ୍ରତିନିଧି

ମାଲକାନଗିରି:- (ରିପୋର୍ଟ- ନାକା ରବି କୁମାର ) ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ କେନ୍ଦ୍ରାପଡା ଠାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ମହିଳା ପୋଲିସ ଦୃବ୍ୟବହାର କରିବା ସହ ଚାପୁଡ଼ା...

ମିସ୍ ଓ ମିସେସ୍ ଗ୍ଲୋବାଲ ଇଣ୍ଡିଆ ଡିଭାଇନ୍ ପ୍ରତିଯୋଗିତାରେ ଓଡିଆ ପ୍ରତିଯୋଗୀ ଅନୀତା ଓ ସଂସ୍କୃତି ରନର୍ସ ଅପ୍

ମୁମ୍ବାଇ ଅନ୍ଧେରୀ ଓେଷ୍ଟଠାରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆନ୍‌ ଷ୍ଟାର୍‌ସ୍‌ ଆୱାର୍ଡ- ଗ୍ଲୋବାଲ୍‌ ଇଣ୍ଡିଆ ଡିଭାଇନ୍‌ ଫ୍ୟାସନ୍‌ ସୋ’ । ଏଥିରେ ମିସ୍ ଓ ମିସେସ୍ ଗ୍ଲୋବାଲ ଇଣ୍ଡିଆ ଡିଭାଇନ୍ ପ୍ରତିଯୋଗିତାରେ ଓଡିଆ ମଡେଲ...

Recent Comments