ଅପରାଧଓଡ଼ିଶା ଖବରନ୍ୟୁଜ୍

ଖୋଲା ଚ୍ୟାଲେଞ୍ଜ କରି ଧୁମ୍ ଫିଲ୍ମ୍ ଷ୍ଟାଇଲ ଚୋରି

ଖୋଲା ଚ୍ୟାଲେଞ୍ଜ କରି ଧୁମ୍ ଫିଲ୍ମ୍ ଷ୍ଟାଇଲ ଚୋରି

ଚୋରୀ କଲେ ଯଦି ଧରି ପାରୁଛ ହେଲେ ଧର ବୋଲି ଖୋଲା ଚ୍ୟାଲେଞ୍ଜ କରି ଧୁମ୍ ଫିଲ୍ମ୍ ଷ୍ଟାଇଲ ଚୋରି କରି ଚୋର ଲେଖିଲେ ଧୁମ୍ ୪ , ସାମଗ୍ରୀ ଚୋରି କରି ଯିବା ପୁର୍ବରୁ ବ୍ଲାକ୍‌ ବୋର୍ଡରେ ଇଟ୍‌ସ ମି ଧୁମ-୪, କମିଙ୍ଗ୍‌ ଶୁନ୍‌ l “ସ୍କୁଲ ପିଲା ଧରିପାରିଲେ ଧର ” । ଯାହା ଚର୍ଚ୍ଚା ପାଲଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଠାରେ।

ଗତ ଶୁକ୍ରବାର ଦିନ ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ସ୍କୁଲ ବନ୍ଦ ରହିଥିଲା ତେବେ ସେଦିନ ତା ପରଦିନ ଅର୍ଥାତ୍ ଶନିବାର ଦିନ ସ୍କୁଲ ଫାଟକ ଖୋଲିବା ବେଳେ ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭାଙ୍ଗି ହୋଇ ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍ କମ୍‌ ଜେରକ୍ସ ମେସିନ୍‌, ଏବଂ ସାଉଣ୍ଡ ବକ୍ସ, ଆମ୍ପ୍ଲିଫାୟାର ତାର, କୋଡ, ମାଉଥ ମେସିନ ଚୋରି କରିଥିଲେ। ଚୋରି କରି ଚମ୍ପଟ ମାରିବା ପୂର୍ବରୁ ଦୁର୍ବୃତ୍ତ ପୁଲିସ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବ୍ଳାକ୍‌ ବୋର୍ଡରେ ‌ଇଟ୍‌ସ ମି ଧୁମ-୪ ଲେଖିଥିଲେ। ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍‌ ଶୁନ୍‌, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥ‌ିଲେ l

ଏଥିସହ ବ୍ଲାକ ବୋର୍ଡ ରେ କିଛି ମୋବାଇଲ ନମ୍ୱର୍ ଲେଖିଛନ୍ତି । ଯେଉଁଥିରେ ସ୍କୁଲ ଶିକ୍ଷକ ଙ୍କ ନମ୍ୱର୍ ମଧ୍ଯ ରହିଛି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି l କିନ୍ତୁ ଦୁର୍ବୃତ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ବର୍ତ୍ତମାନ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଭଳି ଘଟଣା ଲୋକଲୋଚନ କୁ ଆସିଲା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବି‌ଷୟ ପାଲଟିଛି। ବର୍ତ୍ତମାନ ଖାତିଗୁଡା ଥାନା ତରଫରୁ ତଦନ୍ତ ଚାଲିଛି ଓ ଘଟଣା ସ୍ଥଳରେ ସାଇଁଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁର ର ସାହାଯ୍ୟ ନେଇ ତଦନ୍ତ ଜାରିରଖିଛି ।

Related posts

ଦୁର୍ନୀତି ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

Odisha Halchal

ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା

Odisha Halchal

ଦୁଇ ମହାଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

Odisha Halchal

Leave a Comment