19 C
Bhubaneswar
Friday, December 4, 2020
No menu items!
Home ଜୀବନଚର୍ଯ୍ୟା ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ବଦଳେଇ ଦେଇଛି ସବୁକିଛି। କାହାକୁ ଅଧିକ କାମ ପ୍ରେସର ଅଛି ତ ଆଉ କାହା ପାଖରେ ଚାକିରିଟିଏ ବି ନାହିଁ। ଫଳରେ ଲୋକମାନେ ଅଧିକ ଚାପରେ ରହୁଛନ୍ତି। ତେବେ କିଛି ସରଳ ଉପାୟ ଅଛି ଯାହା ଦ୍ୱାରା ଆପଣ ପୁଣି ଥରେ ଖୁସିରେ ରହିପାରିବେ। ଆସନ୍ତୁ ଜାଣିବା…

– ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ବୁଲିବାକୁ ଯାଆନ୍ତୁ ଓ ହାଲୁକା ବ୍ୟାୟାମ କିମ୍ବା ଯୋଗ କରନ୍ତୁ।

– ସକାଳ ବା ପ୍ରାତଃକାଳ ଏବଂ ଶୋଇବା ସମୟରେ ୧୫ ମିନିଟ୍ ପାଇଁ ଭଗବାନଙ୍କ ଧ୍ୟାନ କରନ୍ତୁ ।

– ନିଜକୁ ଜାଣନ୍ତୁ ନିଜର ପ୍ରତିଭା, କ୍ଷମତା ଏବଂ ସୀମାକୁ ଚିହ୍ନନ୍ତୁ।

– ଯାହା ଅଛି ସେଥିରେ ସନ୍ତୁଷ୍ଟ ରୁହନ୍ତୁ ଏବଂ କାର୍ଯ୍ୟ କରିବା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ।

– ଉତ୍ସାହ ଏବଂ ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରନ୍ତୁ ଏବଂ ଏକ ବ୍ୟବସ୍ଥିତ ଦିନଚର୍ଯ୍ୟାରେ ଅଭ୍ୟସ୍ତ ରୁହନ୍ତୁ।

– ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ। ନକାରାତ୍ମକ ଚିନ୍ତାଧାରା ଶକ୍ତି ନଷ୍ଟ କରେ।

– ସର୍ବଦା ବର୍ତ୍ତମାନରେ ରୁହନ୍ତୁ। ଅତୀତ ଏବଂ ଭବିଷ୍ୟତ ବିଷୟରେ ବୃଥା ଚିନ୍ତାରୁ ଦୂରେଇ ରହି ସର୍ବଦା ଖୁସି ରୁହନ୍ତୁ ଏବଂ ହସି ହସି ବଞ୍ଚିବା ଶିଖନ୍ତୁ।

– ଏକ ସରଳ ଜୀବନଯାପନ କରନ୍ତୁ। ଜୀବନରେ ଗୁଣବତ୍ତା ଉପରେ ବିଶ୍ୱାସ ରଖନ୍ତୁ ଦେଖାଇହେବା ଠାରୁ ଦୂରେଇ ରୁହନ୍ତୁ।

– ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଜୀବନ ପାଇଁ ସର୍ବୋତ୍ତମ ଧନ। ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଠାରୁ ଦୂରେଇ ରୁହନ୍ତୁ । କମ୍ ଏବଂ ପ୍ରକୃତ ବନ୍ଧୁ ବନାନ୍ତୁ।

– ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରନ୍ତୁ। ସମୟାନୁବର୍ତ୍ତୀତା ହେବ ସହିତ ସର୍ବଦା ନିଜର ବକ୍ତବ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ। ଧର୍ଯ୍ୟ ଏବଂ ଆତ୍ମ ନିୟନ୍ତ୍ରଣ ରଖନ୍ତୁ।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments