ଓଡ଼ିଶା ଖବରନ୍ୟୁଜ୍

ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌, ତିଆରି ଚାଲିଛି ଷ୍ଟୁଡିଓ

ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌, ତିଆରି ଚାଲିଛି ଷ୍ଟୁଡିଓ

ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ । ପାର୍ଲାମେଣ୍ଟ ଢାଞ୍ଚାରେ ହେବ ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ୍‌ ଆରମ୍ଭ ହୋଇଛି । ଶନିବାର ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଏହାର ଶୁଭାରମ୍ଭ ହୋଇଛି । ବିଧାନସଭା ପରିସରରେ ଷ୍ଟଡିଓ ତିଆରି ଚାଲିଛି । ଏବେ କେବଳ ୟୁଟ୍ୟୁବରେ ପ୍ରସାରଣ ହେବ । ପରେ ଏହାକୁ ସାଟେଲାଇଟ୍‌ ହେବାର ଯୋଜନା ରହିଛି । ବିଧାନସଭା ସଂପର୍କିତ ଖବର ଏଠାରେ ପ୍ରସାରଣ କରାଯିବ । ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ହେବ । ଏନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେହିପରି ‘ବିଧାନସଭା ପତ୍ରିକା’ ନାମରେ ଏକ ମାସିକ ପ୍ରତିକା ପ୍ରକାଶ କରାଯିବ । ରାଜ୍ୟ ସରକାରଙ୍କ ଯୋଜନା ଓ ବିଧାନସଭା ସଂପର୍କୀତ ଖବର ପ୍ରକାଶ କରାଯିବ । ଲୋକଙ୍କ ସଠିକ୍ ତଥ୍ୟ ଦିଆଯିବ ।

Related posts

ନବଜାତ ଶିଶୁ ର ମୃତଦେହ ଉଦ୍ଧାର

Odisha Halchal

ପୁଟିନ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ନାଟୋରେ ନ ସାମିଲ ହେବାକୁ ଚେତାବନୀ

Odisha Halchal

ଯୁବ ରେଡ୍ କ୍ରସ୍ ପକ୍ଷରୁ ବିଶ୍ଵ କୁଷ୍ଠ ନିରାକରଣ ଦିବସ ପାଳନ

Odisha Halchal

Leave a Comment