ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

କ୍ୟୁଏସ୍‌ ୱାର୍ଲଡ ୟୁନିଭରସିଟି ରାଙ୍କିଂରେ “ସୋଆ, ମାନ୍ୟତା

କ୍ୟୁଏସ୍‌ ୱାର୍ଲଡ ୟୁନିଭରସିଟି ରାଙ୍କିଂରେ “ସୋଆ, ମାନ୍ୟତା

ପାଠ୍ୟକ୍ରମ ଅନୁସାରେ କ୍ୟୁଏସ୍‌ ୱାଲ୍ଡ୍‌ ୟୁନିଭର୍ସିଟି ରାଙ୍କିଂ ଘୋଷଣା କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ୍‌ ବିଶ୍ୱବିଦ୍ୟାଳୟ ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ ଭାବେ ଏହି ସମ୍ମାନଜନକ ମାନ୍ୟତା ହାସଲ କରିପାରିଛି। କୋଲକାତା ବିଶ୍ୱବିଦ୍ୟାଳୟ, ଅଲିଗଡ ମୁସଲିମ୍‌ ବିଶ୍ୱବିଦ୍ୟାଳୟ, ଆମିଟି ବିଶ୍ୱବିଦ୍ୟାଳୟ, ଓସମାନିଆ ବିଶ୍ୱବିଦ୍ୟାଳୟ, ବିଟସ୍‌ ପିଲାନି, ପଞ୍ଜାବ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି ଅଫ୍‌ ମୁମ୍ବାଇ ଓ ଭେଲୋର୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଭଳି ବହୁ ପୁରୁଣା ଓ ଖ୍ୟାତିସମ୍ପନ୍ନ ଶିକ୍ଷାନୁଷ୍ଠାନକୁ ପଛରେ ପକାଇଛି ସୋଆ। ଉନ୍ନତ ମାନର ପାଠ୍ୟକ୍ରମ ପ୍ରଚଳନ, ଗୁଣାତ୍ମକ ଶିକ୍ଷାଦାନ, ଶ୍ରେଷ୍ଠ ଅଧ୍ୟାପକଙ୍କ ଦ୍ୱାରା ପାଠପଢା, ଗବେଷଣାରେ ଆଗୁଆ, ଅତ୍ୟାଧୁନିକ ଗବେଷଣାଗାର, ଉତ୍କୃଷ୍ଟ ଧରଣର ଭିତ୍ତିଭୂମି ଭଳି ବହୁ ମାନ ବଜାୟ ରଖି ସୋଆ ଏଭଳି ସମ୍ମାନଜନକ ମାନ୍ୟତା ହାସଲ କରିପାରିଛି। ପୂର୍ବରୁ ସୋଆ ନାକ୍‌ ମାନ୍ୟତା ହାସଲ କରିବା ସହିତ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ୍‌)ରେ ମଧ୍ୟ ରାଜ୍ୟର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ହାସଲ କରିଥିଲା ।

ପାଠ୍ୟକ୍ରମ ଅନୁଯାୟୀ କ୍ୟୁଏସ୍‌ ୱାଲ୍ଡ୍‌ ୟୁନିଭର୍ସିଟି ରାଙ୍କିଂ ପ୍ରକାଶ ପାଇବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,୩୫ଟି ଭାରତୀୟ ପାଠ୍ୟକ୍ରମ କ୍ୟୁଏସ୍‌ ୱାଲ୍ଡ୍‌ ୟୁନିଭର୍ସିଟି ରାଙ୍କିଂର ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ପାଇଛନ୍ତି । ଯାହା ତାଙ୍କୁ ଖୁସି ଦେଇଛି। ବିଶ୍ୱର ଶ୍ରେଷ୍ଠ ୫୦ ମଧ୍ୟରେ ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇବା ସହିତ ପରିବେଶ ବିଜ୍ଞାନ ଗବେଷଣାରେ ମଧ୍ୟ ଦେଶର ୮ଟି ବିଶ୍ୱବିଦ୍ୟାଳୟ ଆଗୁଆ ରହିଛନ୍ତି । ତେବେ ଯେଉଁ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ଭଲ ପ୍ରଦର୍ଶନ କରିବା ସହିତ ବିଶ୍ୱସ୍ତରୀୟ ମାନ୍ୟତା ହାସଲ କରିଛନ୍ତି, ସେମାନଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଭାରତର ଅଧିକ ଶିକ୍ଷାନୁଷ୍ଠାନ ଓ ପାଠ୍ୟକ୍ରମ ବିଶ୍ୱସ୍ତରୀୟ ମାନ୍ୟତା ହାସଲ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଏ ନେଇ ସେ ପୃଥକ ପୃଥକ ଭାବେ ୩ଟି ଟୁଇଟ୍‌ କରିଛନ୍ତି । ଅପରପକ୍ଷେ, ରାଜ୍ୟର ଏକମାତ୍ର ସରକାରୀ ଶିକ୍ଷାନୁଷ୍ଠାନ ଭାବେ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ବା ଭୁବନେଶ୍ୱର ଆଇଆଇଟି କ୍ୟୁଏସ୍‌ ୱାଲ୍ଡ୍‌ ୟୁନିଭର୍ସିଟି ରାଙ୍କିଂରେ ସ୍ଥାନ ପାଇଛି ।

ଉଲ୍ଲେଖଯୋଗ୍ୟ, କ୍ୟୁଏସ୍‌ ୱାଲ୍ଡ୍‌ ୟୁନିଭର୍ସିଟି ରାଙ୍କିଂ ମାନ୍ୟତା ପାଇଁ ବିଶ୍ୱର ସମସ୍ତ ଦେଶର ଅଧିକାଂଶ ଶିକ୍ଷାନୁଷ୍ଠାନ ଆବେଦନ କରିଥାନ୍ତି। ଏହି ମାନ୍ୟତା ପାଇବା ପାଇଁ ଉନ୍ନତ ମାନର ପାଠପଢା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଛାତ୍ର ଓ ଅଧ୍ୟାପକ ଅନୁପାତ, ଅଧ୍ୟାପକମାନଙ୍କ ସନ୍ଦର୍ଭ ପ୍ରକାଶ ସଂଖ୍ୟା, ଆନ୍ତର୍ଜାତୀୟ ଅଧ୍ୟାପକ ଓ ଛାତ୍ର ସଂଖ୍ୟାକୁ ବିଚାରକୁ ନିଆଯାଇଥାଏ । ଯେଉଁ ଶିକ୍ଷାନୁଷ୍ଠାନଗୁଡିକ ଏହି ସବୁ ଆବଶ୍ୟକତା ପୂରଣ କରିଥାନ୍ତି, ସେମାନଙ୍କୁ କ୍ୟୁଏସ୍‌ ୱାଲ୍ଡ୍‌ ୟୁନିଭର୍ସିଟି ରାଙ୍କିଂ ମାନ୍ୟତା ମିଳିଥାଏ ।

Related posts

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Odisha Halchal

ବିପଦପୂର୍ଣ୍ଣଭାବେ ଗଛ କାଟୁଥିବାବେଳେ ଗଛରୁ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ

Odisha Halchal

ବର୍ଷା ଓ ବଜ୍ରାଘାତ ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରୀ

Odisha Halchal

Leave a Comment