ଅପରାଧଓଡ଼ିଶା ଖବରନ୍ୟୁଜ୍

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ମିଳିଲା ଶର୍ମିଷ୍ଠାଙ୍କ କାର୍‌, ଅପହରଣ ପାଇଁ ହୋଇଥିଲା ବ୍ୟବହାର

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା ମିଳିଲା ଶର୍ମିଷ୍ଠାଙ୍କ କାର୍‌, ଅପହରଣ ପାଇଁ ହୋଇଥିଲା ବ୍ୟବହାର

ସୂଚନା ଅନୁସାରେ, ଗତ ଫେବୃଆରୀ ୭ ତାରିଖରେ ମାନସଙ୍କୁ ଏକ ଧଳା କାରରେ ଅପହରଣ କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀ ବୟାନ ଦେଇଥିଲେ । ମାନସ ଫେବୃଆରୀ ୬ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁରକୁ ଏକ ବାହାଘର ସୁଟିଂ କରିବାକୁ ଯାଇଥିଲେ ।

ବିବାହ କରିଥିବା ଯୁବକ ୭ ତାରିଖରେ ମାନସ ଓ ତାଙ୍କ ସହଯୋଗୀଙ୍କୁ ବାଇକରେ ଚାନ୍ଦବାଲି ବସଷ୍ଟାଣ୍ଡକୁ ଛାଡିବାକୁ ଆସୁଥିଲେ । ବାଟରେ ଶର୍ମିଷ୍ଠାଙ୍କ କିଛି ସହଯୋଗୀଙ୍କ ସହ କାରରେ ସେଠାରେ ପହଞ୍ଚିଥିଲେ । ମାନସଙ୍କୁ ମାଡ ମାରିବା ସହ ଉଠାଇ ନେଇଥିବା ବାପି ସୂଚନା ଦେଇଥିଲେ ।

ଫଟୋଗ୍ରାଫର ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବେ ବି ଫେରାର ଅଛି । ତେବେ ଆଜି ଶର୍ମିଷ୍ଠାଙ୍କ କାର ଠାର କରାଯାଇଛି । ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଏହି କାରକୁ ଜବତ କରାଯାଇଛି । ଏହି କାର ମାଧ୍ୟମରେ ହିଁ ଚାନ୍ଦବାଳରୁ ମାନସକୁ ଅପହରଣ କରାଯାଇଥିଲା ।

ତେବେ ସମ୍ପୂର୍ଣ୍ଣ ୱେବ ଚ୍ୟାନେଲ ମାଲିକାଣି ଶର୍ମିଷ୍ଠା ରାଉତଙ୍କ କାରକୁ ଭୁବନେଶ୍‌ବର ଏୟାରଫିଲଡ ଥାନା ଅଧୀନ ସ୍କାଏ ଟାୱାର ଆପାର୍ଟମେଣ୍ଟର ପାର୍କିଙ୍ଗରୁ ଠାବ କରାଯାଇଛି । ଅପହରଣ ପରେ ପୋଲିସର ନଜର ହଟେଇବା ପାଇଁ ଶର୍ମିଷ୍ଠା ଗାଡିକୁ ଲୁଚେଇ ଦେଇଥିଲେ ।

 

Related posts

ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ଅଟକ ରଖିଥିଲେ ଗ୍ରାମବାସୀ

Odisha Halchal

ଚାଷୀଙ୍କ ବିକାଶରେ ବାଧକ ସାଜିଛି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା

Odisha Halchal

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

Odisha Halchal

Leave a Comment