ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି, ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି, ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

ନିକଟରେ କ୍ୟାଟ୍ରିନା ମାଳଦ୍ଵୀପ୍‌ରେ ଜନ୍ମଦିନ ସେଲିବ୍ରେଟ୍‌ କରିଥିଲେ। ଏହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ପ୍ରଥମେ କ୍ୟାଟ୍ରିନା ତାଙ୍କ ଗର୍ଲସ୍‌ ଗ୍ୟାଙ୍ଗ୍‌ ସହ ନଜର ଆସିଥିଲେ । ହେଲେ ତାଙ୍କ ପ୍ରଶଂସକ ବିକି-କ୍ୟାଟ୍‌ଙ୍କ ଫଟୋ ଦେଖିବାକୁ ଅପେକ୍ଷା କରି ରହିଥିଲେ । ଯାହାକି ବର୍ତ୍ତମାନ ସାମ୍ନାକୁ ଆସିଛି । ଏହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।

ବିକି କ୍ୟାଟ୍‌ଙ୍କ ଏହି ସୁନ୍ଦର ଫଟୋରେ ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି । ବୋଟ୍‌ ଉପରେ ବସିଥିବା ବେଳେ ବିକି ହ୍ବାଇଟ୍‌ ସାର୍ଟ ଏବଂ ହ୍ବାଇଟ୍‌ ପ୍ୟାଣ୍ଟ ପିନ୍ଧିଥିବା ବେଳେ କ୍ୟାଟ୍‌ ମଧ୍ୟ ଧଳା ରଙ୍ଗର ଗାଉନ୍‌ରେ ନଜର ଆସିଛନ୍ତି । ଦୁହେଁ ପରସ୍ପରକୁ ଚାହିଁ ହସୁଥିବାବେଳେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି । ବର୍ତ୍ତମାନ ଏହି ଫଟୋ ଭାଇରାଲ୍‌ ହେବା ସହ ଅନେକ କମେଣ୍ଟ ଆସିବାରେ ଲାଗିଛି

କହିବାକୁ ଗଲେ ଦୀର୍ଘ ସମୟ ଧରି ଗସିପ୍‌ କରିଡରରେ ଆଲୋଚନା ହେଉଥିଲା କି କ୍ୟାଟ୍ରିନା ବୋଧ ହୁଏ ଗର୍ଭବତୀ ଅଛନ୍ତି । ତାଙ୍କ ପ୍ରଶଂସକମାନେ ଆଶା କରିଥିଲେ ଯେ ଜନ୍ମ ଦିନରେ ହିଁ ଏହି ଖବର ସାମ୍ନାକୁ ଆସିପରେ । ଫଟୋ ପୋଷ୍ଟ କରିବା ସହ ସସପେନ୍ସରୁ ପରଦା ଉଠାଇବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ବର୍ତ୍ତମାନ ପ୍ରଶଂସକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ ।

Related posts

ଶ୍ୟାମ ପ୍ରସାଦ ଡିଗ୍ରୀ କଲେଜ ଏମଭି ୭୯ ଠାରେ ଓଡିଆ ସାହିତ୍ୟ ପାଠଚକ୍ର କାର୍ଯ୍ୟକ୍ରମ

Odisha Halchal

ଦିନରେ ଶିକ୍ଷକ ରାତିରେ ନକଲି ଡାକ୍ତର

Odisha Halchal

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

Odisha Halchal

Leave a Comment