ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କାହିଁକି ମହଙ୍ଗା ପେଟ୍ରୋଲ ଓ ଡିଜେଲ, ଜନତାଙ୍କୁ ଧୋକା ଦେଉ ନାହାନ୍ତିତ ରାଜ୍ୟ ସରକାର

କାହିଁକି ମହଙ୍ଗା ପେଟ୍ରୋଲ ଓ ଡିଜେଲ, ଜନତାଙ୍କୁ ଧୋକା ଦେଉ ନାହାନ୍ତିତ ରାଜ୍ୟ ସରକାର

ମୂଲ୍ୟବୃଦ୍ଧିରେ ଘର ଚୁଲିମୁଣ୍ଡର ବଜେଟ୍ ସମ୍ଭାଳିବା ଏବେ କଷ୍ଟକର ହୋଇପଡିଛି। ହେଲେ ରାଜ୍ୟ ସରକାରମାନେ ତୈଳ ଉପରୁ ଭାଟ ଛାଡ କରୁ ନାହାନ୍ତି। ଏଣୁ ପ୍ରଧାନମନ୍ତ୍ରୀ ବୁଧବାର ପୁଣି ଥରେ ରାଜ୍ୟମାନଙ୍କୁ ଏ ବାବଦେ ସହଯୋଗ କରିବାକୁ ନିବେଦନ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ମନ ଇଛା ଶୁଳ୍କ ଲାଗୁ କରୁଥିବା ରାଜ୍ୟ ସରକାରମାନଙ୍କୁ ପ୍ରଧାନମନ୍ତ୍ରୀ ଜନତାଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଶୁଳ୍କ ହ୍ରାସ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

୯ଟି ରାଜ୍ୟରେ ରାଜ୍ୟ ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ କରୁ ନାହାନ୍ତି। ଫଳରେ ଦେଶର ତୈଳ ଦରରେ ଆକାଶ ପାତାଳ ଫରକୁ ରହୁଛି। ଏହି ଫରକ କେତେ ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଗଣାଇଛନ୍ତି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ପାଖ କେନ୍ଦ୍ରଶାସିତ ରାଜ୍ୟ ଡାମନ ଓ ଡ୍ୟୁରେ ଲିଟର ପିଛା ୧୦୨ ଟଙ୍କା ଦରରେ ବିକ୍ରି ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କେବଳ ମୁମ୍ବାଇ କି ଡାମନ ଡ୍ୟୁ ନୁହେଁ ତାମିଲନାଡୁ ଓ ଜୟପୁର ଆଦି ରାଜ୍ୟରେ ତୈଳର ମୂଲ୍ୟ ପାର୍ଥକ୍ୟ ଦର୍ଶାଇଥିଲେ।

ଦେଶରେ ମୂଲ୍ୟବୃଦ୍ଧି ଏବେ ଚରମରେ ଥିବା ବେଳେ ପେଟ୍ରୋଲ ଓ ଡିଜେଲରୁ ଆରମ୍ଭ କରି ଗ୍ୟାସ୍, ଅଟା ଓ ଖାଇବା ତେଲ ବି ଦେଶରେ ମହଙ୍ଗା ହୋଇଯାଇଛି। ମୂଲ୍ୟବୃଦ୍ଧିକୁ ଦେଖି ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ଇନ୍ଧନ ଉପରୁ ଏକ୍ସାଇଜ ଟ୍ୟାକ୍ସ ହ୍ରାସ କରିଥିଲେ। ଏହା ଦେଖାଦେଖି କିଛି ରାଜ୍ୟ ଭାଟ ଶୁଳ୍କ ରିହାତି କରିଥିଲେ ଫଳରେ ଦେଶରେ ରାଲି କରୁଥିବା ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲା।

ଏବେ ପୁଣି ସମାନ ପରିସ୍ଥିତି ଉପୁଜିଲାଣି। ଗତ କିଛି ସମୟ ହେଲା ଯଦିଓ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି ଏହା କିନ୍ତୁ ଅଧିକ ସମୟ ପାଇଁ ହୋଇ ନପାରେ ବୋଲି ଆକଳନ କରାଯାଉଛି। ଏଣୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣରେ ଥିବା ଏକ୍ସାଇଜ ଡ୍ୟୁଟି ହ୍ରାସ ନ କରି ମୂଲ୍ୟ ବୃଦ୍ଧିରେ ରାଜ୍ୟଙ୍କ ସହଯୋଗ ଲୋଡୁଛନ୍ତି। କାରଣ ମହାରାଷ୍ଟ୍ରର ଭାଟ ସୂତ୍ରରୁ ବାର୍ଷିକ ୩ହଜାର ୪୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ଅସୁଲ କରୁଥିବା ବେଳେ ତାମିଲନାଡନୁ ୩ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ଅସୁଲ କରୁଛି। ରାଜ୍ୟମାନଙ୍କର ଶୁଳ୍କ ବାବଦ ରାଜସ୍ୱ ଏବେ କେନ୍ଦ୍ର ସରକାରଙ୍କ ନଜରରେ ଅଟକିଛି। ଏଣୁ କିଛିଟା ରିହାତି କାମନା କରୁଛନ୍ତି କେନ୍ଦ୍ର ସରକାର।

Related posts

ଟ୍ରକ ଓ ପିକଅପ ଧକ୍କା ପିକଅପ ଡ୍ରାଇଭର ଗୁରୁତର

Odisha Halchal

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌: ୬ କେଜିର ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

Odisha Halchal

ଜିତିଲା ଭାରତୀୟ ମହିଳା ଟିଟି ଟିମ, ସୁଇମିଂରେ ନିରାଶ କଲେ ରାୱତ

Odisha Halchal

Leave a Comment