ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

କସମେଟିକ ସର୍ଜରୀ ନେଲା ଜୀବନ

କସମେଟିକ ସର୍ଜରୀ ନେଲା ଜୀବନ

କସମେଟିକ ସର୍ଜରୀ ନେଲା ଜୀବନ। ଏପରି ସର୍ଜରୀ କରି ଆଖି ବୁଜିଲେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜ। ଚେତନାଙ୍କ ବିୟୋଗ ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ସର୍ଜରୀ ସମୟରେ ଫୁସଫୁସରେ ପାଣି ଜମିଯିବାରୁ ତାହା ତାଙ୍କ ପାଇଁ ଘାତକ ସାଜିଲା ବୋଲି କୁହାଯାଉଛି । ଏଥିପାଇଁ ତାଙ୍କ ବାପାମା’ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ମାମଲା ରୁଜୁ କରିଛନ୍ତି ।

ପ୍ଲାଷ୍ଟିକ ସର୍ଜରୀ କରାଇବା ପଡିଲା ମହଙ୍ଗା । ପ୍ଲାଷ୍ଟିକ ସର୍ଜରୀ କରାଇ ପ୍ରାଣ ହରାଇଲେ କନ୍ନଡ ଅଭିନେତ୍ରୀ ଚେତନା ରାଜ୍ । ଶରୀରରୁ ଚର୍ବି କମାଇବାକୁ ସର୍ଜରୀ କରାଇବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଓଜନ କମାଇବାକୁ ଲିପୋସକ୍ସନ ସର୍ଜରୀ କରାଇଥିଲେ ଚେତନା ।

ହେଲେ ଡାକ୍ତରଙ୍କ ପାଇଁ ମୃତ୍ୟୁ ଘଟିଛି ବୋଲି ଚେତନାଙ୍କ ବାପା ମାଆ ଅଭିଯୋଗ କରିଛନ୍ତି । ବେଙ୍ଗାଳୁରୁର ଏକ ଘରୋଇ ହସ୍ପିଟାଲରେ ସର୍ଜରୀ ପରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସର୍ଜରୀ ପରେ ତାଙ୍କ ଫୁସଫୁସରେ ପାଣି ଜମି ଯିବାରୁ ସେ ଅଚାନକ ଅସୁସ୍ଥ ହୋଇପଡିଥିଲେ ।

ସୂଚନା ଅନୁସାରେ, ଚେତନା ନିଜ ମୋଟାପଣକୁ ନେଇ ଅସନ୍ତୋଷ ଥିଲେ । ତେବେ ସୋମବାର ବେଙ୍ଗାଲୁରର ରାଜାଜୀନଗରରେ ଥିବା ସେଟ୍ଟୀସ୍ କସ୍‌ମେଟିକ ସେଣ୍ଟରରେ ସର୍ଜରୀ ପାଇଁ ପହଞ୍ଚିଥିଲେ । ସେପଟେ ପରିବାର ଲୋକଙ୍କ ଅଭିଯୋଗ ପରେ ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହାସହିତ ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Related posts

ଚାଲନ୍ତୁ ଜାଣିବା କଣ ପାଇଁ ତେଲ ଦାମ ବଢୁଛି ?

Odisha Halchal

ଛେଳି ଚୋରକୁ ଧରି ପୋଲିସ ରେ ଜିମାଦେଲେ

Odisha Halchal

ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍

Odisha Halchal

Leave a Comment